ଗରା Garā
- ସଂ. ବି — ଦେବଦାଳୀ ଲତା (ହି. ଶବ୍ଦସାଗର) — A creeper
- ଦେ. ବି (ସଂ. ଗର୍ଗରୀ) — ପିତଳ ମାଠିଆ — A brass water-pitcher
- ଗ୍ରା. ବି — ଗୁଡ଼ା; ଗୁଡ଼ାଏ — Many (a suffix denoting plural number.)
- ପ୍ରାଦେ (ସମ୍ବଲପୁର) ବି — ଗଡ଼; ଖଣ୍ଡ — Piece; bit
- ପ୍ରାଦେ (ସମ୍ବଲପୁର) ବି — କୁକୁଡ଼ା ଡିମ୍ବ — Hen's egg
- ପ୍ରାଦେ (ସମ୍ବଲପୁର) ବି — ମହୁଲ ମଞ୍ଜି — The seed inside the Mahua fruit
- ପ୍ରାଦେ (ସମ୍ବଲପୁର) ବି — ଅଣ୍ଡକୋଷ; ମୁଷ୍କ — Testicle