ଗମିବା Gamibā

  • ଦେ. କ୍ରି. (ସଂ. ଗମ ଧାତୁ) — ଗତି କରିବା; ଗମନ କରିବା — To go; To move
  • ଦେ. କ୍ରି. (ସଂ. ଗମ ଧାତୁ) — ଋତୁପର୍ଣ୍ଣ ରଥ ଗମିଲା ଅତିଶୟେ—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ସଂ. ଗମ ଧାତୁ) — (ଲକ୍ଷଣାର୍ଥ) ପ୍ରବେଶ କରିବା — To enter
  • ଦେ. କ୍ରି. (ସଂ. ଗମ ଧାତୁ) — ଧୀମନ୍ତ ଯୁଧିଷ୍ଠିର ସଙ୍ଗତେ ପୁରଜନ ବନ ମଧ୍ୟେ ଗମିବାକୁ କଲେ ମନ—କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. କ୍ରି. (ସଂ. ଗମ ଧାତୁ) — ପାଠକରିବା — To read; to peruse
  • ଦେ. କ୍ରି. (ସଂ. ଗମ ଧାତୁ) — ବୁଝିବା; କୌଣସି ବିଷୟକୁ ଉତ୍ତମ ରୂପେ ବୋଧ କରିବା — To understand a thing; to comprehend
  • ଦେ. କ୍ରି. (ସଂ. ଗମ ଧାତୁ) — ଗମି ଗମି ନ ପାରନ୍ତି ବେଦ ବେଦାନ୍ତରେ—ପ୍ରାଚୀ, ବ୍ରହ୍ମନିରୂପଣଗୀତା।
  • ଦେ. କ୍ରି. (ସଂ. ଗମ ଧାତୁ) — ଧାରଣା କରିବା — To realise
  • ଦେ. କ୍ରି. (ସଂ. ଗମ ଧାତୁ) — ବିଷୟ ଅନ୍ତରେ ମନ ନଗମିବା ପାଇଁ ତେଣୁ କରି ମଧ୍ୟରେ ଅନ୍ତର ରଖି ନାହିଁ। ଶିଶୁଶଙ୍କର, ଉଷାଭିଳାଷ।
  • ଦେ. କ୍ରି. (ସଂ. ଗମ ଧାତୁ) — (କାଳ) ଗତ ହେବା ବା ଅତିବାହିତ ହେବା — To expire (time; to pass)
  • ଦେ. କ୍ରି. (ସଂ. ଗମ ଧାତୁ) — (କାଳ) କଟାଇବା ବା ଅତିବାହିତ କରିବା — To spend (time)
  • ଦେ. କ୍ରି. (ସଂ. ଗମ ଧାତୁ) — ଦିନ ଗମଇ ଦହି ଖେଦ-ହୁତାଶେ—ରାଧାନାଥ, ମେଘଦୂତ।