ଗଣ୍ଡା Gaṇḍā
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ବନ୍ୟଜନ୍ତୁବିଶେଷ — Rhinoceros
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ଗଣ୍ଡା ତୁଣ୍ଡ ମେଣ୍ଡା ମୁଣ୍ଡ। ସମ୍ବଲପୁର, ପ୍ରବଚନ।
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — [ଦ୍ର—ଏହାର ରଙ୍ଗ ପାଉଁଶିଆ। ଏହାର ଥୋମଣି ଉପରେ ଗୋଟାଏ ଶିଙ୍ଘ ବା ଖଡ୍ଗ ଥାଏ ବୋଲି ଏହାକୁ ଖଡ୍ଗୀ ମଧ୍ୟ ବୋଲାଯାଏ। ଏହାର ଚମ ଆବୁଆବୁଆ ଓ ଭାରି ମୋଟା; ଏଥିରେ ଢାଲ ତିଆରି ହୁଏ। ଏ ଫଳ ମୂଳ ଖାଏ। ଏହାର ମାଂସକୁ ହିନ୍ଦୁମାନେ ଅତି ପବିତ୍ର ବୋଲି ବିବେଚନା କରନ୍ତି। ଏହାର ଶିଙ୍ଘରେ ପାତ୍ରି ନିର୍ମାଣ କରି ହିନ୍ଦୁମାନେ ପିତୃଲୋକ ଉଦ୍ଦେଶ୍ୟରେ ତର୍ପଣ କରନ୍ତି। ବର୍ତ୍ତମାନ ଏମାନେ ଆସାମ, ପୂର୍ବବଙ୍ଗ, ସୁନ୍ଦରବଣ ଓ ନେପାଳରେ ଦେଖା ଯାଆନ୍ତି। ଏମାନେ ଦୁଇ ପ୍ରକାର। ଏକ ଜାତିର ଅଣ୍ଡିରା ଓ ମାଈ ଉଭୟଙ୍କର ଖଡ୍ଗ ଥାଏ। ଏମାନେ ଆସାମରେ ମିଳନ୍ତି। ଇଂରାଜିରେ ଏମାନଙ୍କୁ — Rhinoceros Unicornisକୁହାଯାଏ ଅନ୍ଯ ଜାତିର କେବଳ ଅଣ୍ଡିରାଙ୍କର ଖଡ୍ଗ ଥାଏ ଏମାନେ ପୂର୍ବବଙ୍ଗ ଓ ସୁନ୍ଦରବନରେ ମିଳନ୍ତି ଇଂରାଜିରେ ଏମାନଙ୍କୁRhinoceros Sonadaicusକୁହାଯାଏ]
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ଚାରିକଡ଼ା କଉଡ଼ି — 4. Four bits of cowries
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — [ଦ୍ର—ଏ ଦେଶରେ ଆଗେ କଉଡ଼ି ମୁଦ୍ରାସ୍ୱରୂପ ପ୍ରଚଳିତ ଥିଲା। 4 କଡ଼ା= 1 ଗଣ୍ଡା, 5 ଗଣ୍ଡା= 1 ବୋଡ଼ି, 4 ବୋଡ଼ି= 1 ପଣ, 16 ପଣ= 1 କାହାଣ (କାର୍ଷାପଣ)।] — [ଦ୍ର—ଏ ଦେଶରେ ଆଗେ କଉଡ଼ି ମୁଦ୍ରାସ୍ୱରୂପ ପ୍ରଚଳିତ ଥିଲା4କଡ଼ା=1ଗଣ୍ଡା,5ଗଣ୍ଡା=1ବୋଡ଼ି,4ବୋଡ଼ି=1ପଣ,16ପଣ=1କାହାଣ (କାର୍ଷାପଣ)]
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ଚାରିସଂଖ୍ୟା; ପୁଞ୍ଜା — An aggregate of four; the number four
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — କୌଣସି ବ୍ଯକ୍ତିର ପ୍ରାପ୍ୟ ଧନ — One's dues; any money due to a person
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ଗାଈ, ବଳଦଙ୍କ ବେକରେ ବନ୍ଧାଯିବା ପଘାର ଫାସ — A noose of rope put round the neck of cattle
- ଦେ. ବି. (ସଂ. ଗଣ୍ଡ; ଗଣ୍ଡକ) — ମାତୃଗର୍ଭଜାତ 4 ର୍ଥ ସନ୍ତାନକୁ ଦିଆଯିବା ନାମ — ମାତୃଗର୍ଭଜାତ4ର୍ଥ ସନ୍ତାନକୁ ଦିଆଯିବା ନାମ— . A name given to the 4th child of a mother
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ପାଣପରି ନୀଚ ଅନାର୍ଯ୍ୟ ଜାତିବିଶେଷ — A low class of untouchable persons
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — [ଦ୍ର—ଏମାନେ ମୋଟ ଲୁଗା ବୁଣନ୍ତି। ଓଡ଼ିଶାର ବୁଣାବାଉରୀଙ୍କ ପରି ଏମାନେ ଅସ୍ପୃଶ୍ୟ।]