ଗଣକ Gaṇaka

  • ସଂ. ବିଣ. (ଗଣ୍ ଧାତୁ+କତ୍ତୃ. ଅକ) — ଯେ ଗଣନା କରେ ବା ସଂଖ୍ୟା ନିରୂପଣ କରେ — One who counts; reckoning
  • ସଂ. ବିଣ. (ଗଣ୍ ଧାତୁ+କତ୍ତୃ. ଅକ) — ବହୁ ଧନଦ୍ୱାରା କ୍ରୀତ — Bought for a large sum
  • ସଂ. ବିଣ. (ଗଣ୍ ଧାତୁ+କତ୍ତୃ. ଅକ) — ଅଙ୍କଶାସ୍ତ୍ରରେ ପାରଙ୍ଗମ — Versed in mathematics
  • ସଂ. ବି — ଜ୍ୟୋତିର୍ବିଦ; ଦୈବଜ୍ଞ — Astrologer
  • ସଂ. ବି — ଅଜ୍ଞଶାସ୍ତ୍ରବିଦ୍ ବ୍ଯକ୍ତି — A mathematician
  • ସଂ. ବି — ଆଠଗୋଟି ନକ୍ଷତ୍ରର ସମୂହ — An assemblage of eight stars