ଗଜା Gajā

  • ଦେ. ବି — (ତୁଳ. ସଂ. ଖର୍ଜିକା)— ଅଟା ବା ଚାଉଳ ଚୂନାକୁ ଭାଜି ତହିଁରେ ଜଲ ମିଶାଇ ଚକଟି ଦଳି ଦଳା ଖଳିକୁ ଗୋଲ୍, ଲମ୍ବା ବା ଚଉକୋଣିଆ କରି କାଟି ଘିଅରେ ଛାଣି ଶିରାରେ ପକାଇ ପ୍ରସ୍ତୁତ କରାଯିବା ମିଷ୍ଟାନ୍ନବିଶେଷ — A kind of sweetmeat fried in ghee and soaked in syrup
  • ଦେ. ବି — (ସଂ. ଅଗ୍ରଜ)—ଅଙ୍କୁର; ମଞ୍ଜିରୁ ଫୁଟି ବାହାରିଥିବା ସରୁ କୋମଳ ଖିଲ, ଯହିଁରୁ ପରେ ପତ୍ର ବାହାରେ — A shoot or sprout; germ
  • ଦେ. ବି — ଶାଖାଗ୍ରରୁ ବାହାରିଥିବା କୋମଳ ନୂତନ ଶାଖା — Tender new leaves
  • ଦେ. ବିଣ — ତରୁଣବୟସ୍କ — Of tender age
  • ଦେ. ବିଣ — (ଯଥା— ଗଜା ବୟସ୍କ।)
  • ଦେ. ବିଣ — ନୂତନ — Young; new
  • ଦେ. ବିଣ — (ଯଥା— ଗଜା ଗଛ; ଗଜା ତୋଟା।)
  • ଦେ. ବିଣ — ଗଜା ବଉଦକୁ ପ୍ରବଳ ପବନ ଘଉଡ଼ାଇ ଘେନିଯାଏ—ନନ୍ଦକିଶୋର, ଶର୍ମିଷ୍ଠା।
  • ଦେ. ବିଣ — ନୂତନ ଗଜା ହୋଇଥିବା — Recently sprouted