ଖେଦା Khedā

  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ବଣରେ ହାତୀ ଧରିବା ନିମନ୍ତେ କରାଯିବା ଖୁଆଡ଼ — Khedda; an enclosure for trapping wild elephants
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — କୌଶଳକ୍ରମେ ଖାଦ୍ୟବସ୍ତୁର ପ୍ରଲୋଭନ ଦେଖାଇ ଚାରିଆଡେ ବଡ଼ ଖୁଣ୍ଟ ପୋତା ହୋଇଥିବା ଗୋଟିଏ ସ୍ଥାନ ଭିତରେ ହାତୀ ପଲକୁ ଭରତି କରି ସେ ଖୁଆଡ଼ର ବାଟ ବନ୍ଦ କରିବା ଉପାୟରେ ହାତୀ ଧରିବା ପ୍ରଣାଳୀ — The operation of trapping wild elephants in a khedda or big enclosure
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — କ୍ଷୁଦ୍ର ଜୀବଙ୍କର ପହ୍ଲ ବା ପଞ୍ଝା; ଦଳ — A herd of small animals (e. g a shoal of fish; a swarm of bees.)
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ତାଳପତ୍ରର ଛୋଟ ପୋଥି — A small manuscript composed of palm-leaves; small palm-leaf manuscript
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ଚେତା ପାଇ ବିଷ୍ଣୁଙ୍କୁ ହୃଦରେ ସୁମରନ୍ତେ ଗଣେଶ ଧ୍ୟାନ ଧଇଲେ ଖେଦା ହସ୍ତେ—ପୀତାମ୍ବର. ନୃସିଂହପୁରାଣ।
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — [ଦ୍ର—ଅଳ୍ପସଂଖ୍ୟକ ତାଳପତ୍ରସଂବଳିତ ପୋଥିକୁ ଖେଦା ଓ ବେଶି ସଂଖ୍ୟକ ପତ୍ରଯୁକ୍ତ ପୁସ୍ତକକୁ ପୋଥି ବୋଲାଯାଏ। ପୋଥିରେ ତାଳପତ୍ରମାନଙ୍କୁ ରକ୍ଷା କରିବା ପାଇଁ ଦୁଇପାଖରେ ପଟା ଥାଏ। ଖେଦାରେ ପଟା ଲାଗି ନ ଥାଏ।]
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ଜାଲକୁ ପାଣିରେ ଏକଥର ପକାଇବା; ଜାଲ ପକାଇବାର ଏକ କ୍ଷେପ — One throw of a net; one drag of a net
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — (ସଂ. ଖିଦ୍ ଧାତୁ ଣିଚ ଖେଦି ଧାତୁ=ଶୋକାନ୍ୱିତ କରିବା, ଅନ୍ୟର ମନରେ ଦୁଃଖ ଦେବା)— ଘଉଡ଼ିବା; ତଡ଼ିବା — A drive
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ଘେରା; ଏକଥର ଚାରିପାଖେ ବୁଲି ଆସିବା; ପରିକ୍ରମା — Going round; a circuit
  • ଦେ. ବି (ସଂ. ଖାତ କିମ୍ବା ସଂ. ଖେଟ=ମୃଗୟା) — ଖେଦିବା; ଚାରିପାଖ ବୁଲି ଆସିବା — Making a circuit; circumambulation
  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଖେଦା)— (ଏଥିପାଇଁ ମୃଗମାନଙ୍କୁ ଖେଦିବା ବା ଘଉଡ଼ାଇବାକୁ ହୁଏ ବୋଲି) — ମୃଗୟା; ଶିକାର; ପାରିଧି — Hunt
  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଖେଦା)— (ଏଥିପାଇଁ ମୃଗମାନଙ୍କୁ ଖେଦିବା ବା ଘଉଡ଼ାଇବାକୁ ହୁଏ ବୋଲି) — ପଲ; ଦଳ — Herd; batch