ଖୁରା Khurā

  • ଦେ. ବି (ସଂ. ଖୁର) — ଘୋଡ଼ାଆଦି ପଶୁଙ୍କ ଟାପୁ — Hoof
  • ଦେ. ବି (ସଂ. ଖୁର) — ସେ ବରାହଖୁରାରେ ଖୋଳି ହୋଇ ମହୀ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି (ସଂ. ଖୁର) — [ଦ୍ର—ସାଧାରଣତଃ ଦେଖାଯାଏ ଯେ ଯେଉଁ ପଶୁମାନଙ୍କର ଶିଂଘ ନାହିଁ (ଯଥା ଘୋଡ଼ା, ଗଧ) ସେମାନଙ୍କର ଗୋଡ଼ର ଶେଷଭାଗରେ ଥିବା ଖୁରା ଶୃଙ୍ଗମୟ ଏବଂ ଗୋଲାକାର, ଏହାକୁ ଟାପୁ ବୋଲାଯାଏ; ଯେଉଁ ପଶୁ ମାନଙ୍କର ଶିଂଘ ଅଛି (ଯଥା ଗୋରୁ, ମୃଗ, ସମ୍ବର, ଛେଳି, ମେଣ୍ଢା) ସେମାନଙ୍କର ଗୋଡ଼ତଳର ଶୃଙ୍ଗମୟ ବସ୍ତୁ ଦୁଇଫାଳିଆ, ଏହାକୁ ଖୁରା ବୋଲାଯାଏ।]
  • ଦେ. ବି (ସଂ. ଖୁର) — ଖଟପାହିଆ; ଖଟଗୋଡ଼ — Bed-posts
  • ଦେ. ବି (ସଂ. ଖୁର) — ପାତ୍ରର ବଇଠି — The circular stand below a pot; the ring at the bottom of an utensil
  • ଦେ. ବି (ସଂ. ଖୁର) — ଖୁରାରୁ ଚଷକ ଝଟତି ଅଲଗା ହୋଇଗଲେ ଯଥା ଦିଶେ— ରାଧାନାଥ. ପାର୍ବତୀ।
  • ଦେ. ବି (ସଂ. ଖୁର) — (ଲକ୍ଷଣାର୍ଥ) ଗୋଡ଼ — Leg
  • ଦେ. ବି (ସଂ. ଖୁର) — କରଣ ଖୁରାରେ ଦଣ୍ଡବତ—କୁନ୍ତଳାକୁମାରୀ. ନଅତୁଣ୍ଡି।
  • ପ୍ରାଦେ. (ସମ୍ବଲପୁର) ବି—ଛୁରା — Daggar
  • ପ୍ରାଦେ. (ବାଲେଶ୍ୱର) ବି—(ଗୋରୁଙ୍କ ରୋଗ) ଫାଟୁଆ (ଦେଖ) — Phāṭuā (See)