ଖୁକା Khukā
- ପ୍ରାଦେ. (ମେଦିନୀପୁର) ବି. ପୁଂ (ଆଦରଯୁକ୍ତ ଡାକ) — (ବଙ୍ଗୀୟ ପରିବାରରେ) ଖୋକା ବା ଶିଶୁପୁତ୍ର; ଦୁଗ୍ଧପୋଷ୍ୟ— ବାଳକ — (A term of endearment) A male-child (in a Bengalee family)
- ପ୍ରାଦେ. (ମେଦିନୀପୁର) ବି. ପୁଂ (ଆଦରଯୁକ୍ତ ଡାକ) — [ଦ୍ର—ଉତ୍କଳର ଅନ୍ଯାନ୍ୟ ଅଞ୍ଚଳରେ ଉତ୍କଳର ସ୍ଥାୟୀ ଅଧିବାସୀ ବଙ୍ଗାଳୀ ଓ ବଙ୍ଗାଳୀମାନଙ୍କ ସଂସ୍ରବରେ ଆସିବା ପରିବାରମାନଙ୍କରେ ମଧ୍ୟ ଏ ଶବ୍ଦର ଏହି ବ୍ଯବହାର ପରିଦୃଷ୍ଟ ହୁଏ।]