ଖସଡ଼ା Khasaṟḍ̠ā

  • ଦେ. ବିଣ. (ସଂ. କଚ୍ଚର) — କାଦୁଆଯୋଗୁଁ ଲଟପଟିଆ — Slushy; muddy
  • ଦେ. ବିଣ. (ସଂ. କଚ୍ଚର) — ଚିକିଟା; ଯହିଁରେ ଗୋଡ଼ ଖସେ; ପିଚ୍ଛିଳ — Slimy; slippery
  • ଦେ. ବିଣ. (ସଂ. କଚ୍ଚର) — ପୀରତି ପଥ ଖସଡ଼ା, ନ ଜାଣି ତହିଁକି ପାଦ ବଢ଼ାଇଲେ ପଦପଦକେ କଚଡ଼ା—ପ୍ରାଚୀନ ସଙ୍ଗୀତ।
  • ବୈଦେ. ବିଣ (ଆ) ଚିଠା କରା ଯାଇଥିବା — Rough; drafted
  • ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) — ପ୍ରଥମ ଲେଖା ବା ଚିଠା (ଯାହା ପରେ ସଂଶୋଧିତ ହୁଏ) — Draft; rough copy of any document; rough manuscript
  • ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) — ସେଟ୍ଲ୍ମେଣ୍ଟ ବା ରାଜସ୍ୱ ବନ୍ଦୋବସ୍ତ ସମୟରେ କୌଣସି ଗ୍ରାମର ଜମିର ବିବରଣ ଆଦି ଯହିଁରେ କିତାୱାରି ଲିପିବଦ୍ଧ ହୋଇଥାଏ — The preliminary list of the plots of a village prepared after cadastral survey in the course of a Revenue Settlement
  • ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) — ଗ୍ରାମର କ୍ଷେତ୍ରମାନଙ୍କର ନମ୍ବର ଓ କ୍ଷେତ୍ରଫଳର ତାଲିକା ବା ସ୍ଥୂଳ ବିବରଣ; ଭଉଁରିଆ — Rough index of all the fields of a village drawn up seriatim; field-book
  • ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) — ପ୍ରସ୍ତାବିତ ଆଇନର ପ୍ରଥମ ଚିଠା; ଆଇନର ପାଣ୍ଡୁଲିପି, (ଯାହା ଆଲୋଚନାର୍ଥ ସାଧାରଣରେ ପ୍ରକାଶିତ ହୁଏ) — Bill published for discussion before being passed into law
  • ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) — ମହାଜନୀ ସିରସ୍ତାରେ ଯେଉଁ କାଗଜରେ ଦୈନନ୍ଦିନ କ୍ରୟ— ବିକ୍ରୟର ବିବରଣ ସାଙ୍ଗେସାଙ୍ଗେ ଲେଖା ହୁଏ — Daily ledger of a merchant's office