କ୍ରୋଧ Krodha
- ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ. ଅ) — ରୋଷ; କୋପ; ରାଗ — Anger; rage; wrath; evil temper
- ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ. ଅ) — ଗର୍ଭରୁ ଚ୍ୟୁତ ହେଲେ ଅତି କ୍ରୋଧ ବହି। କୃଷ୍ଣସିଂହ, ମହାଭାରତ, ଆଦି।
- ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ. ଅ) — ଦ୍ୱେଷ — Malice; envy
- ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ. ଅ) — ରାଗ ବା ଦୁଃଖ ହେତୁରୁ ମନରେ ଜାତ ହେବା ବିଶେଷ ଚାଞ୍ଚଲ୍ୟ — Passion; fit of rage or anger
- ସଂ. ବି. (କ୍ରୁଧ ଧାତୁ=ରାଗ ହେବା+ଭାବ. ଅ) — (ଅଳଙ୍କାର) ରୌଦ୍ର ରସ ଉଦ୍ଦ୍ରେକକାରୀ ମନୋଭାବ — (rhetoric) The feeling which gives rise to the Ra̲u̲dra (or Fierce) sentiment
- ଦେ. ବିଣ — କ୍ରୁଦ୍ଧ — Angry
- ଦେ. ବିଣ — ଶୋକାନ୍ୱିତ — Grieved
- ଦେ. ବି — କୋହ; ପ୍ରକାଶିତ ବିରକ୍ତି — Extreme grief which is given outward expression
- ଦେ. ବି — ଶୋକର ଆବେଗ — Fit or paroxysm of grief
- ଦେ. ବି — କ୍ରୋଧ କରି ସତ୍ୟବତୀ କହନ୍ତି ବ୍ୟାସଙ୍କୁ ପୁଣି ବିଜେ କର ଅମ୍ବାଳିକା ଭବନକୁ। ସାରଳା, ମହାଭାରତ, ବନ।