କୋଶଳ Koṡaḻa
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — ଅଯୋଧ୍ୟା ଓ କାଶୀର ଉତ୍ତରସ୍ଥ ସମଗ୍ର ଦେଶ; ପ୍ରାଚୀନ ଭାରତର ରାଜ୍ୟବିଶେଷ — Name of a kingdom of ancient India
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — [ଦ୍ର—ରାମଜନନୀ କୌଶଲ୍ୟା ଏହି ଦେଶର ରାଜାଙ୍କ କନ୍ଯା ଥିଲେ। ଏ ରାଜ୍ୟ ଉତ୍ତରକୋଶଳ ଓ ଦକ୍ଷିଣକୋଶଳ ଏହିପରି ଦୁଇ ଭାଗରେ ବିଭକ୍ତ ଥିଲା। ସରଯୂ ବା ଘଘରା ନଦୀର ଉତ୍ତରସ୍ଥ ପ୍ରଦେଶକୁ ଉତ୍ତରକୋଶଳ ଓ ଉକ୍ତ ନଦୀର ଦକ୍ଷିଣସ୍ଥ ରାଜ୍ୟକୁ ଦକ୍ଷିଣକୋଶଳ ବୋଲି କୁହା ଯାଉଥିଲା। କାଶୀ ଓ ଅଯୋଧ୍ୟା ନେଇ ଉତ୍ତରକୋଶଳ ଏବଂ ବର୍ତ୍ତମାନ ସମ୍ବଲପୁର, କଳାହାଣ୍ଡି, ବସ୍ତର ଓ ରାୟପୁର ପ୍ରଭୃତି ନେଇ ଦକ୍ଷିଣକୋଶଳ ଗଠିତ ହୋଇଥିଲା—କୃପାସିନ୍ଧୁ. ଉତ୍କଳ ଇତିହାସ।]
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — କୋଶଳାଶାଗ — A kitchen-herb or Ṡāga
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — କୋଶଳ ଦେଶବାସୀ କ୍ଷତ୍ରିୟ ଜାତି — A clan of Kshatriyas inhabiting the Koṡaḻa country
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — ଅଯୋଧ୍ୟା ନଗର (ହି. ଶବ୍ଦସାଗର) — The city of Oudh
- ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) — ସଙ୍ଗୀତର ରାଗବିଶେଷ — Name of a musical tune