କୋରଡ଼ Koraṟḍ̠a

  • ଦେ. ବି. (ସଂ. କୋଟର) — ବୃକ୍ଷ କୋଟର; ବୃକ୍ଷର ଗଣ୍ଡି ମଧ୍ୟସ୍ଥ ଗର୍ତ୍ତ — The hollow in the trunk of a tree
  • ଦେ. ବି. (ସଂ. କୋଟର) — ସେ ଗଛରେ କୋରଡ଼ କରି ଶୁଆଟିଏ ରହିଥିଲା ବହୁତକାଳୁ ନରରାୟେ—କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବି. (ସଂ. କୋଟର) — ଗୁମ୍ଫା — Cave
  • ଦେ. ବି. (ସଂ. କୋଟର) — ଗାତ — Hole
  • ଦେ. ବି. (ସଂ. କୋଟର) — (ସଂ. କୋଟି) ଏକକୋଟି ସଂଖ୍ୟା — Ten millions; a crore
  • ପ୍ରାଦେ. (ସମ୍ବଲପୁର) ବି — କୁରୁଡ଼ (ଦେଖ) — Kuruṟḍ̠a (See)
  • ଦେ. ବିଣ. (ସଂ. କୋଟର) — ଗାଡ଼ୁଆ — Looking like holes; hollowed
  • ଦେ. ବିଣ. (ସଂ. କୋଟର) — ଭିତରକୁ ପଶି ଯାଇଥିବା — Sunken