କେମନ୍ତ Kemanta
- ଦେ. ବିଣ. (ସଂ. କିମିତି) — କିମିତି? କେଉଁ ପ୍ରକାରର? — Of what kind or sort ?
- ଦେ. ବିଣ. (ସଂ. କିମିତି) — ମୁହିଁ କେମନ୍ତ ହୋଇ ତହିଁ ଯିବି। ପ୍ରାଚୀ, ନଳଚରିତ।
- ଦେ. କ୍ରି. ବିଣ — କି ପ୍ରକାରେ? କିପରି? — How? in what manner?
- ଦେ. କ୍ରି. ବିଣ — ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତ ହେବ। କବିସୂର୍ଯ୍ୟ, କିଶୋରୀଚମ୍ପୂ, କ୍ଷ ଗୀତ।
- ଦେ. ଅ. (ପ୍ରଶ୍ନାର୍ଥକ) — ସତେ? ସତେକି? — (interrogative) It is so?