କାଳକ Kāḻaka

  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — ଦେହରେ ଜନ୍ମକାଳରୁ ଥିବା କୃଷ୍ଣବର୍ଣ୍ଣ ଚିହ୍ନ; ଦେହରେ କଳାଜାଇ ମନ୍ଦା — A black mole on the body
  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — ଜଳଚର ଧଣ୍ଡ ସାପ — A non-poisonous aquatic serpent
  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — କଳା କାସୁନ୍ଦି ଶାଗ — A pot herb; Cassia Occidentalis
  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — (କଳ ଧାତୁ=ପ୍ରେରଣ କରିବା+କର୍ତ୍ତୃ. ଅକ)— ଯକୃତ୍ ରୋଗ — A disease of the liver; biliousness
  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — ହେଙ୍ଗୁ — Asafoetida
  • ସଂ. ବି. (କଳ୍ ଧାତୁ=ଗଣନା କରିବା+କର୍ତ୍ତୃ. ଅକ) — ଲାଖ; ଜଉ — Shell-lac
  • ସଂ. ବିଣ. ପୁଂ. (କାଳ+ସଂଯୁକ୍ତାର୍ଥେ. କ) କୃଷ୍ଣବର୍ଣ୍ଣଯୁକ୍ତ — Black
  • ଦେ. ଅ — ବହୁକାଳ — For a long time
  • ଦେ. ଅ — ଦିନକ ଭାତ କାଳକ କଥା—ଢଗ।
  • ଦେ. ଅ — କାଳଯାକ; ଗତ ବହୁ ଦିବସ ହେଲା — For a long time past
  • ଦେ. ଅ — ମାରି ମାରି ଗଲା କାଳକ, ଆଉ ରହିଗଲା ଫାଳକ—ଢଗ।
  • ଦେ. ଅ — ଆବହମାନ କାଳରୁ; ଗତ ହୋଇଥିବା ବହୁକାଳରୁ; ଚିରକାଳପାଇଁ — For an age past; from time immemorial; for ever