କସରା Kasarā
- ଦେ. ବି. — ଏକଜାତୀୟ ଚଢ଼େଇ — Name of a bird
- ଦେ. ବି. — ଖବର ଭୂମିରେ ଯେ କସରା ପାଟଭାଲି, ନାନା ବର୍ଣ୍ଣରେ ଜୀବ ଅଛନ୍ତି ତହି ପୂରି। ପୀତାମ୍ବର, ନୃସିଂହପୁରାଣ।
- ଦେ. ବିଣ—(ସଂ. କପିଳ) — କହରା ବର୍ଣ୍ଣ; ଧଳା ଓ ନାଲି ରଙ୍ଗବିଶିଷ୍ଟ — Brown; reddish white
- ଦେ. ବିଣ—(ସଂ. କପିଳ) — ମୁଁ କସରା ବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି। ଫକୀରମୋହନ, ଛମାଣଆଠଗୁଣ୍ଠ।