କପା Kapā
- ଦେ. ବି. (ସଂ. କାର୍ପାସ) — ତୁଳା — Cotton
- ଦେ. ବି. (ସଂ. କାର୍ପାସ) — ତୁଳା ଉତ୍ପାଦକ ଗଛ — Cotton tree
- ଦେ. ବି. (ସଂ. କାର୍ପାସ) — [ଦ୍ର—ଏହା କୃଷିଜାତ ଗୁଳ୍ମ ଓ ତହିଁର ଫଳକୋଷ ମଧ୍ୟସ୍ଥ ସୂକ୍ଷ୍ମ ତନ୍ତୁମୟ ବସ୍ତୁ। ଏହା ଅନେକ ପ୍ରକାର; ଏଥିର ଗଛ ବଡ଼ ଓ ସାନ ହୁଏ। ଏହାର ଫଳକୋଷ ବା ବକଡ଼ା ଫାଟି ଗଲେ ତହିଁ ମଧ୍ୟରୁ ଫୁଲୁକା ଫୁଲୁକା ସୂକ୍ଷ୍ମତନ୍ତୁଯୁକ୍ତ ଧଳା ପଦାର୍ଥ ବାହାରେ। ଏହାକୁ କପା କହନ୍ତି ଓ ତହିଁ ମଧ୍ୟରେ କଳା ମଞ୍ଜି ଥାଏ। ଏକଜାତୀୟ କପା ଗଛ ଉଚ୍ଚରେ ପାଞ୍ଚ ଛଅ ହାତ ବଢ଼େ ଓ ବହୁବର୍ଷ ଯାଏ ବଞ୍ଚେ। ଅନ୍ଯ ଜାତୀୟ କପା ଗଛ ଉଚ୍ଚରେ ତିନି ଚାରି ହାତ ବଢ଼େ ଓ ଏହା ବର୍ଷଜୀବୀ।]
- ଦେ. ବି. (ସଂ. କାର୍ପାସ) — କ୍ଷେତକୁ ପାଣି ବୁହାଇବା ନିମନ୍ତେ ତେଣ୍ଡା ବା ଯନ୍ତାର ଅଳଶିରା ବା ବାହାଲ ଯେଉଁ ଦୋକନା ଖୁଣ୍ଟ ଉପରେ ରହେ; କପକନା — The forked pillar or pillars supporting the hollow cocoanut trunk while irrigating fields
- ଦେ. ବି. (ସଂ. କାର୍ପାସ) — ସମୟେ ସମୟେ ନଖରେ ଦେଖାଯିବା ଟିପ୍ଟିପ୍ ଧଳାଚିହ୍ନ — White spots found on finger-nails
- ଦେ. ବି. (ସଂ. କାର୍ପାସ) — [ଦ୍ର—ଯେଉଁ ଲୋକର ନଖରେ ଏପରି କପା ଫୁଟିବାର ଦେଖାଯାଏ, ଲୋକେ କହନ୍ତି ଯେ, ସେ ବ୍ଯକ୍ତି ଶୀଘ୍ର ନୂଆ ଲୁଗା ପିନ୍ଧିବ ଅର୍ଥାତ୍ ତାହାର ବ୍ରତ ବିବାହ ଆଦି ଉତ୍ସବ ହେବ।]