କଠୋର Kaṭhora
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — କଠିନ; ଟାଣୁଆ; ଦୃଢ଼ — Hard; stiff
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — ଅଲଙ୍ଘ୍ୟ; ଅଲଙ୍ଘନୀୟ — Strict; which must not be infringed
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — ବିଷମ — Severe
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — କଷ୍ଟସାଧ୍ୟ; ଦୁରୂହ; ଶକ୍ତ; କଷ୍ଟକର — Difficult
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — ନିଷ୍ଠୁର; ନିର୍ଦ୍ଦୟ — Cruel
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — ଜରଠ; ବୃଦ୍ଧ — Old; decrepit
- ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) — ପୂର୍ଣ୍ଣ — Full; perfect
- ଦେ. (ପ୍ରାଚୀନ ପଦ୍ଯ) ବି. — କଷ୍ଟ; ବିଷମ ଅବସ୍ଥା — Hard condition; trouble; the state of being cadaverous
- ଦେ. (ପ୍ରାଚୀନ ପଦ୍ଯ) ବି. — ଅଶ୍ୱତ୍ୱମା ଶିରେ ଯେବେ ମୁକୁଟ ବାନ୍ଧନ୍ତା ବଡ଼ ଦୁରାପଦ ଘୋର କଠୋର ପଡ଼ନ୍ତା—ସାରଳା ମହାଭାରତ, ଭୀଷ୍ମ।