କଚୁରା Kachurā

  • ଦେ. ବି. (ସଂ. କର୍ଚୂର) — ଏକ ପ୍ରକାର ଗଦ; ଏହା ହଳଦି ପରି କିନ୍ତୁ ଏଥିରେ ବାସନା କର୍ପୂର ପରି — A kind of herbarious root; Curcuma zedoaria (Haines)
  • ଦେ. ବି. (ସଂ. କର୍ଚୂର) — [ଦ୍ର—ଏହା ରେଚକ, ଅଗ୍ନିଦୀପକ ଓ ବାତ ଏବଂ କଫନାଶକ। ଏଥିରୁ ପାଳୁଅ ତିଆରି ହୁଏ, ଏହା କୁଷ୍ଠ, ଅର୍ଶଃ, ବ୍ରଣ, କାସ, ଶ୍ୱାସ, ଗୁଳ୍ମ, ବାୟୁ ଓ କଫନାଶକ; ଏହାଦ୍ୱାରା ଗଳଗଣ୍ଡ, ଗଣ୍ଡମାଳା ନିବାରିତ ହୁଏ।]