କଚରଙ୍ଗା Kacharaṅgā
- ଦେ. ବି. (ସଂ. କଞ୍ଚଟ) — ଏକ ପ୍ରକାର ଜଳଜ ଶାକ; ଘୋଡ଼ା କନଶିରି ଶାଗ — A creeping herb growing at the edge of water; Purple Lippia; Lippia Nodifiora
- ଦେ. ବି. (ସଂ. କଞ୍ଚଟ) — [ଦ୍ର—ଏହାର ପତ୍ର ଲମ୍ବା ଓ ଓସାର ଚାରି ଆଙ୍ଗୁଳ; ଫୁଲ ନେଳିଆ; ଏହାର ପତ୍ର ପିତା; ଏହା ଅତିସାରନାଶକ। ଏହା ହୃଦୟ— ଗ୍ରାହୀ, ଚକ୍ଷୁର ହିତକର, ଶୁକ୍ର— ବର୍ଦ୍ଧକ, ଲଘୁ, ଧାରକ, ଶୀତବୀର୍ଯ୍ୟ, ରୁକ୍ଷ, କଟୁକଷାୟ, କଟୁବିପାକ, ରୁଚିକାରକ, ଅଗ୍ନିବର୍ଦ୍ଧକ, ରକ୍ତ— ଦୋଷ, ଦାହ ଓ ବ୍ରଣନାଶକ।]