ଓଲ Ola

  • ସଂ. ବି. (ସଂ. ଉଲ୍ଲ) — କଚୁବର୍ଗର ଖାଦ୍ୟକନ୍ଦବିଶିଷ୍ଟ ଗୁଳ୍ମ — An esculent bulb; arum; Amorphophallus Campanulatus
  • ସଂ. ବି. (ସଂ. ଉଲ୍ଲ) — [ଦ୍ର—ଏହାର ପ୍ରତି ଗଛରେ ଗୋଟିଏ ଡେମ୍ପ ଓ ପତ୍ର। ଯେଉଁ ଗଛରେ ଫୁଲ ଧରେ ସେ ଗଛରେ ପତ୍ର ହୁଏ ନାହିଁ। ପତ୍ରର ଡେମ୍ପରେ ଆବୁ ଥାଏ। ବଣ— ଓଲୁଅକୁ ଖାଇଲେ ତଣ୍ଟି ଗଲୁ କରେ। ଓଲୁଅ ଚାଷ କଲେ ଏହା ମୂଳରେ ଗୋବରଖତ ଦିଆ ଯାଏ। ଓଲୁଅକୁ ପ୍ରଥମେ ଉଷୁଆଁ ଧାନରେ ପୋତି କାଞ୍ଜିପାଣିରେ ସିଝାଇଲେ ଏହାର ଗଲୁ ମରେ। ଏହା ଅର୍ଶରୋଗୀ ପକ୍ଷରେ ବଡ ଉପକାରୀ ଖାଦ୍ୟ। ଏହା ଅଗ୍ନିଦୀପକ,କଣ୍ଡୁକାରକ, ବିଷ୍ଟମ୍ଭୀ, ରୁଚିକର ଓ ଲଘୁ। ଏହା କଫ, ଅର୍ଶଃ, ପ୍ଲୀହା ଓ ଗୁଲ୍ମବିନାଶକ କିନ୍ତୁ, ଦଦ୍ରୁ, ରକ୍ତପିତ୍ତ ଓ କୁଷ୍ଠରୋଗରେ ଏହା ଅପକାରୀ; ଉଦରୀରୋଗରେ ଏହା ଉପକାରୀ।]