ଓଜନ Ojana
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ତୁଳାଦଣ୍ଡଦ୍ୱାରା କୌଣସି ବସ୍ତୁର ଭାର ସ୍ଥିରୀକରଣ — Measure; weighment
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ଭାର — Weight
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ମହୀରେ କାହାରି ପ୍ରବେଶ ପ୍ରୟାଣେ, ଓଜନ ଉଶ୍ୱାସ ମହୀ ତ ନ ଜାଣେ—ରାଧାନାଥ, ଦରବାର।
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ଗୁରୁତା — Seriousness
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ଗାମ୍ଭୀର୍ଯ୍ୟ — Gravity
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ମୂଲ୍ୟ — Value
- ବୈଦେ. ବି. (ଫା. ୱଜନ; ତୁଳ. ସଂ. ଓଜଃ) — ଭାରକେନ୍ଦ୍ର — Centre of gravity
- ବିଣ. — ଭାରୀ — Heavy
- ବିଣ. — ଗୁରୁଭାରବିଶିଷ୍ଟ — Weighty
- ବିଣ. — [ଦ୍ର—ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦ୍ରବ୍ୟ ଓଜନ କରିବା ପାଇଁ ଭିନ୍ନ ଭିନ୍ନ ରୀତି ଚଳେ। (କ) ସୁନା ରୂପା ଆଦି ଓଜନ କରିବା ପାଇଁ— 4 ଧାନ= 1 ରତି; 8 ରତି= 1 ମସା; 10 ମସା = 1 ତୋଳା ବା ଭରି = 1 ଟଙ୍କା। (ଖ) ପଣ୍ୟ ଦ୍ରବ୍ୟ ଆଦି ଓଜନ ପାଇଁ — 6 ଟଙ୍କା= 1 ଛଟାଙ୍କି; 4 ଛଟାଙ୍କି= 1 ପାଆ; 4 ପାଆ= 1 ସେର; 5 ସେର= 1 ପଶୁରି; 8 ପଶୁରି= 1 ମହଣ। (ଗ) ବାସନ ଆଦି ଓଜନ ପାଇଁ— 1 ୳ ଟଙ୍କା= 1 କରିଷି; 4 କରିଷି= 1 ପଳ; 20 ପଳ= 1 ସେର; 25 ପଳ = 1 ବିଶା। (ଘ) ଇଂରାଜି ଓଜନ ପାଇଁ— 60 ଗ୍ରେନ୍ (ଧାନ)= 1 ଡ୍ରାମ୍; 8 କିମ୍ବା 12 ଡ୍ରାମ= 1 ଆଉନ୍ସ; 12 କିମ୍ବା 16 ଆଉନ୍ସ= 1 ପାଉଣ୍ଡ (ପ୍ରାୟ ବାଲେଶ୍ୱରୀ ଅଧସେର); 112 ପାଉଣ୍ଡ= 1 ହନ୍ଦର୍; 20 ହନ୍ଦର= 1 ଟନ୍ (ପ୍ରାୟ ବାଲେଶ୍ୱରି 27 ୳ ମହଣ। (ଙ) ଡାକ୍ତରି ଜିନିଷ ଓଜନ ପାଇଁ— 8 ଡ୍ରାମ= 1 ଆଉନ୍ସ; 12 ଆଉନ୍ସ= 1 ପାଉଣ୍ଡ। (ଚ) ବାଲେଶ୍ୱରୀ ସେର= 80 ତୋଳା; କଟକି ସେର= 105 ତୋଳା; ଓଜନ କରାଯିବା ଦ୍ରବ୍ୟକୁ ନିକିତି ବା ତୁଳାଦଣ୍ଡର ଗୋଟିଏ ପାଖ ପଲ୍ଲାରେ ରଖାଯାଏ ଓ ଆର ପାଖ ପଲ୍ଲାରେ ଭିନ୍ନ ଭିନ୍ନ ଓଜନର ବଟକରା ଥୁଆ— ହୋଇଥାଏ। ଯେତେବେଳେ ଦୁଇ ପାଖ ପଲ୍ଲାରେ ରଖାଯିବା ଦ୍ରବ୍ୟ ସମାନ ଓଜନର ହୋଇଯାଏ ସେତେବେଳେ ତରାଜୁର ଦଣ୍ଡି ଭୂମିର ସମାନ୍ତରାଳ ହୁଏ ଏବଂ ବଟକରାମାନ ଗଣି ଜିନିଷ କେତେ ଓଜନ ହେଲା ସ୍ଥିର କରାଯାଏ। ନିକିତି ଛଡା ଏକମାତ୍ର ପଲାଯୁକ୍ତ ତଉଲିବା ଯନ୍ତ୍ରକୁ ବିଶାକାଠି ବୋଲାଯାଏ। ବିଶାକାଠିର ଏକ ପାଖରେ ପରୁଡି ଝୁଲୁଥାଏ, ଅନ୍ୟପାଖରେ ଗାର ପଡ଼ିଥାଏ—ସେ ଗାର ଉପରେ ଖଣ୍ଡଏ ସୂତା ବନ୍ଧା ଥାଏ; ସେ ସୂତାଦ୍ୱାର ବିଶାକାଠିକୁ ଟେକିଲେ ଗାରକୁ ଗଣି ଜିନିଷର ଓଜନ ସ୍ଥିର କରାଯାଏ।] — [ଦ୍ର—ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦ୍ରବ୍ୟ ଓଜନ କରିବା ପାଇଁ ଭିନ୍ନ ଭିନ୍ନ ରୀତି ଚଳେ (କ) ସୁନା ରୂପା ଆଦି ଓଜନ କରିବା ପାଇଁ—4ଧାନ=1ରତି;8ରତି=1ମସା;10ମସା =1ତୋଳା ବା ଭରି =1ଟଙ୍କା (ଖ) ପଣ୍ୟ ଦ୍ରବ୍ୟ ଆଦି ଓଜନ ପାଇଁ —6ଟଙ୍କା=1ଛଟାଙ୍କି;4ଛଟାଙ୍କି=1ପାଆ;4ପାଆ=1ସେର;5ସେର=1ପଶୁରି;8ପଶୁରି=1ମହଣ (ଗ) ବାସନ ଆଦି ଓଜନ ପାଇଁ—1୳ ଟଙ୍କା=1କରିଷି;4କରିଷି=1ପଳ;20ପଳ=1ସେର;25ପଳ =1ବିଶା (ଘ) ଇଂରାଜି ଓଜନ ପାଇଁ—60ଗ୍ରେନ୍ (ଧାନ)=1ଡ୍ରାମ୍;8କିମ୍ବା12ଡ୍ରାମ=1ଆଉନ୍ସ;12କିମ୍ବା16ଆଉନ୍ସ=1ପାଉଣ୍ଡ (ପ୍ରାୟ ବାଲେଶ୍ୱରୀ ଅଧସେର);112ପାଉଣ୍ଡ=1ହନ୍ଦର୍;20ହନ୍ଦର=1ଟନ୍ (ପ୍ରାୟ ବାଲେଶ୍ୱରି27୳ ମହଣ (ଙ) ଡାକ୍ତରି ଜିନିଷ ଓଜନ ପାଇଁ—8ଡ୍ରାମ=1ଆଉନ୍ସ;12ଆଉନ୍ସ=1ପାଉଣ୍ଡ (ଚ) ବାଲେଶ୍ୱରୀ ସେର=80ତୋଳା; କଟକି ସେର=105ତୋଳା; ଓଜନ କରାଯିବା ଦ୍ରବ୍ୟକୁ ନିକିତି ବା ତୁଳାଦଣ୍ଡର ଗୋଟିଏ ପାଖ ପଲ୍ଲାରେ ରଖାଯାଏ ଓ ଆର ପାଖ ପଲ୍ଲାରେ ଭିନ୍ନ ଭିନ୍ନ ଓଜନର ବଟକରା ଥୁଆ— ହୋଇଥାଏ ଯେତେବେଳେ ଦୁଇ ପାଖ ପଲ୍ଲାରେ ରଖାଯିବା ଦ୍ରବ୍ୟ ସମାନ ଓଜନର ହୋଇଯାଏ ସେତେବେଳେ ତରାଜୁର ଦଣ୍ଡି ଭୂମିର ସମାନ୍ତରାଳ ହୁଏ ଏବଂ ବଟକରାମାନ ଗଣି ଜିନିଷ କେତେ ଓଜନ ହେଲା ସ୍ଥିର କରାଯାଏ ନିକିତି ଛଡା ଏକମାତ୍ର ପଲାଯୁକ୍ତ ତଉଲିବା ଯନ୍ତ୍ରକୁ ବିଶାକାଠି ବୋଲାଯାଏ ବିଶାକାଠିର ଏକ ପାଖରେ ପରୁଡି ଝୁଲୁଥାଏ, ଅନ୍ୟପାଖରେ ଗାର ପଡ଼ିଥାଏ—ସେ ଗାର ଉପରେ ଖଣ୍ଡଏ ସୂତା ବନ୍ଧା ଥାଏ; ସେ ସୂତାଦ୍ୱାର ବିଶାକାଠିକୁ ଟେକିଲେ ଗାରକୁ ଗଣି ଜିନିଷର ଓଜନ ସ୍ଥିର କରାଯାଏ]