ଉଷା Ushā
- ସଂ. ବି. ସ୍ତ୍ରୀ. (ଉଷ ଧାତୁ=ଦାହ କରିବା+ଅ+ସ୍ତ୍ରୀ. ଆ) — ବାଣାସୁରର କନ୍ୟା; କୃଷ୍ଣଙ୍କ ନାତି; ଅନିରୁଦ୍ଧଙ୍କ ପତ୍ନୀ — Wife of Aniruddha and daughter of Bāṇāsura
- ସଂ. ବି. ସ୍ତ୍ରୀ. (ଉଷ ଧାତୁ=ଦାହ କରିବା+ଅ+ସ୍ତ୍ରୀ. ଆ) — [ଦ୍ର—ଉଷାଙ୍କ ସହିତ ଶ୍ରୀକୃଷ୍ଣଙ୍କ ନାତି ଅନିରୁଦ୍ଧଙ୍କର ବାଣାସୁରର ଅନ୍ତଃପୁରସ୍ଥ 'ଉଷାମେଢ'ରେ ଗୁପ୍ତ ପ୍ରଣୟ ହୋଇଥିଲା । ଏହା ଜାଣି ପାରି ବାଣାସୁର ତାହାଙ୍କୁ ନାଗପାଶରେ ବାନ୍ଧିଥିଲା। ପରେ ଶ୍ରୀକୃଷ୍ଣ ଉଷା ଅନିରୁଦ୍ଧ ଦୁହିଙ୍କୁ ଉଦ୍ଧାର କରି ଆଣିଲେ ଓ ଉଷା ସଙ୍ଗେ ଅନିରୁଦ୍ଧଙ୍କ ବିବାହ ହେଲା।]
- ସଂ. ବି. ସ୍ତ୍ରୀ. (ଉଷ ଧାତୁ=ଦାହ କରିବା+ଅ+ସ୍ତ୍ରୀ. ଆ) — ଗାଭୀ; ଗାଈ — cow
- ସଂ. ବି. ସ୍ତ୍ରୀ. (ଉଷ ଧାତୁ=ଦାହ କରିବା+ଅ+ସ୍ତ୍ରୀ. ଆ) — ରାତ୍ରିର ଅବସାନ ସମୟ; ପ୍ରତ୍ୟୁଷ; ପ୍ରଭାତ; ଅରୁଣୋଦୟର ପ୍ରାକ୍କାଳ; ବ୍ରାହ୍ମମୁହୂର୍ତ୍ତ — Dawn; early morning; day-break
- ଦେ. ବି — ପଲସ୍ତରାକୁ ସମତୁଲ କରିବା ପାଇଁ ରାଜମିସ୍ତିରି ମାନଙ୍କର ଯନ୍ତ୍ର ବା ପଟା — A mason's planer
- ଦେ. ବି — ସ୍ତ୍ରୀ ଲୋକଙ୍କ ନାମବିଶେଷ — A Name given to females
- ଦେ. ବି — (ସଂ. ଉପବାସ) ଓସା; ଉପାସ — Religious fast