ଇତି Iti
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଏ ହେତୁ; ଅତଏବ — Thus; therefore
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଏହିଠାରେ ଅବସାନ ଓ ସମାପ୍ତି ହେଲା — It ends; thus far and no further; here ends the matter; conclusion; finish
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଇତି ଜୟଦେବ ବର୍ଣ୍ଣିଲେ ରହସ୍ୟ ବିପ୍ରଲବ୍ଧା ଅନତାପ—ପ୍ରାଚୀ. ରସବାରିଧି।
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଏହିପ୍ରକାର — In this manner
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଏତିକିମାତ୍ର — This much; so much
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଏହା; ଏହି; ଏହିପରି — This; thus
- ସଂ. ଅ. (ଇ. ଧାତୁ=ଗମନ କରିବା+ଭାବ. ତି) — ଯେମନ୍ତ ନାଶେ ଶୋକ ମୋହ; ଇତି ସଙ୍କଳ୍ପି ତାତ କହ—ଜଗନ୍ନାଥ. ଭାଗବତ।
- ଦେ. ବି — ସମାପ୍ତି — Conclusion
- ଦେ. ବି — ଶେଷ — The end; finish
- ଦେ. ବି — [ଦ୍ର—ନିମ୍ନଲିଖିତ ଅର୍ଥରେ 'ଇତି' ବ୍ଯବହୃତ ହୁଏ-ସ୍ୱରୂପ, ସାନ୍ନିଧ୍ୟ, ବିବକ୍ଷାନିୟମ, ପ୍ରତ୍ୟକ୍ଷ, ଅବଧାରଣ, ହେତୁ, ପ୍ରକାର, ପ୍ରକର୍ଷ, ସମାପ୍ତି ଓ ଉପକ୍ରମ। ପତ୍ରାଦି ଶେଷରେ ଇତି ବା ନିବେଦନ ଇତି ଲେଖାଯାଏ। ଏହାର ଅର୍ଥ ମୋର ଯାହା କହିବାର ଥିଲା ତାହା ଏହିଠାରେ ଶେଷ ହେଲା।]