ଆ Ā
- ସଂ. ବି. (ଆପ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଆ) — ବ୍ରହ୍ମା — God Brahmā, the creator
- ସଂ. ବି. (ଆପ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଆ) — ଶିବ — God Ṡiba
- ସଂ. ଉପସର୍ଗ — (ନିମ୍ନଲିଖିତ ଅର୍ଥରେ ବ୍ୟବହୃତ) — A prefix used to denote
- ସଂ. ଉପସର୍ଗ — (ଯଥା—ଆଦାନ; ଆଗମନ।)
- ସଂ. ଉପସର୍ଗ — ବିପରୀତ — Opposite
- ସଂ. ଉପସର୍ଗ — ଇଷତ୍ (ଯଥା—ଆକୁଞ୍ଚିତ; ଆପୀତ; ଆଭୁଗ୍ନ) — Slightly
- ସଂ. ଉପସର୍ଗ — ସୀମା; ପର୍ଯ୍ୟନ୍ତ (ଆସମୁଦ୍ର; ଆମରଣ) — Upto
- ସଂ. ଉପସର୍ଗ — ସମ୍ୟକ୍ (ଯଥା—ଆକୃଷ୍ଟ) — Special
- ସଂ. ଉପସର୍ଗ — ଅଭିବ୍ୟାପ୍ତି; ବିସ୍ତୃତି (ଯଥା—ଆନୀଳ; ଆହାର) — Extent
- ସଂ. ଉପସର୍ଗ — ମନ୍ଦ (ଯଥା—ଆକାଳ) — Bad
- ଦେ. ଅ — (ଧ୍ୱନ୍ୟାତ୍ମକ)—ବାଜା ବଜାଇ ଗୀତ ବୋଲିବା କିମ୍ବା କେବଳ ଗୀତ ବୋଲିବା ପୂର୍ବରୁ ଗାୟକ ଉଚ୍ଚାରଣ କରିବା ଦୀର୍ଘଧ୍ୱନି (ଏହା ମାନର ଆଦି ଧ୍ୱନି) — Long sound of 'Ā' uttered by a singer before beginning to sing with or without music
- ଦେ. ଅ — (ବିସ୍ମୟସୂଚକ) — (Interjection of wonder)