ଆସ୍ୟ Āsya
- ସଂ. ବି. (ଅସ୍ ଧାତୁ=କ୍ଷେପଣ କରିବା+ଅଧିକରଣ. ଯ) — ମୁଖ; ବଦନ; ବକ୍ତ୍ର; ମୁଖମଣ୍ଡଳ — Face; countenance
- ସଂ. ବି. (ଅସ୍ ଧାତୁ=କ୍ଷେପଣ କରିବା+ଅଧିକରଣ. ଯ) — ତୁଣ୍ଡ — Mouth
- ସଂ. ବିଣ. — ମୁଖଭବ; ମୁଖରୁ ଜାତ — Produced from the mouth
- ଗ୍ରା. ପଦ୍ୟ. ବି (ସଂ. ଆଶୟ) — ଆଶୟ; ଅଭିପ୍ରାୟ — Intention
- ଗ୍ରା. ପଦ୍ୟ. ବି (ସଂ. ଆଶୟ) — ଆସ୍ୟ ଜଣି ପାଶେ ତାଙ୍କୁ ଇନ୍ଦ୍ର ଦେଲେ ପେଶି—ସାରଳାମହାଭାରତ. ବିରାଟ।
- ଗ୍ରା. ପଦ୍ୟ. ବି (ସଂ. ଆଶୟ) — ଉଦ୍ଦେଶ୍ୟ; ଲକ୍ଷ୍ୟ — Aim
- ଗ୍ରା. ପଦ୍ୟ. ବି (ସଂ. ଆଶୟ) — ସେହି ଆସ୍ୟ ଧରି ଏବେ ଜନମନ୍ତୁ ପୁଅ—ସାରଳାମହାଭାରତ. ଆଦି।