ଆସିବା Āsibā
- ଦେ. କ୍ରି — ଆଗମନ କରିବା; ପହଞ୍ଚିବା; ଉପସ୍ଥିତ ହେବା — To come to; to arrive at; to visit; to be present
- ଦେ. କ୍ରି — ଆସିଛି ଯଦି ସେ ଦିନ ତୋ ପୂଜାରେ ପୂତ—ମଧୁସୂଦନ. ବସନ୍ତଗାଥା।
- ଦେ. କ୍ରି — ପଇଟିବା; କୌଣସି ବିଦ୍ୟା ବା ପାଠ ଆୟତ୍ତ ହେବା — To be mastered by
- ଦେ. କ୍ରି — (ଯଥା—ମତେ ପାଠ ଆସୁ ନାହିଁ ।)
- ଦେ. କ୍ରି — କୌଣସି କାର୍ଯ୍ୟ ସମ୍ପାଦନ କରି- ଜାଣିବା; ଜ୍ଞାତ ହେବା — To know how to do a certain work
- ଦେ. କ୍ରି — (ଯଥା—ଏ କାମ ମତେ କରି ଆସିବ ନାହିଁ; ମତେ ଇଂରେଜି ଅକ୍ଷର ଲେଖି ଆସିବ ନାହିଁ ।)
- ଦେ. କ୍ରି — ଉଦୟ ହେବା — To rise; to appear
- ଦେ. କ୍ରି — (ଯଥା—ଜହ୍ନ ଆସିଲାଣି ।)
- ଦେ. କ୍ରି — (ବନ୍ଧୁମାନେ ବିଦାୟ ନେବାବେଳେ "ଯିବା" ଶବ୍ଦ ପରି- ବର୍ତ୍ତରେ ବ୍ୟବହୃତ କୋମଳତା ବ୍ୟଞ୍ଜନାର୍ଥ ଶବ୍ଦ) ଯିବା — Euphemitically used to mean 'To go' when friends part
- ଦେ. କ୍ରି — ଅନୁଭୂତ ହେବା — To be felt
- ଦେ. କ୍ରି — ଜୃମ୍ଭା ଆସଇ ଘନ ଘନ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।
- ଦେ. କ୍ରି — (ଛିଙ୍କ ଇତ୍ୟାଦିର) ଉପକ୍ରମ ହେବା — To be on the point of sneezing (etc)