ଆଳି Āḻi

  • ସଂ. ବି. ପୁଂ. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇ) — ଭ୍ରମର; ଭଅଁର — The black bee
  • ସଂ. ବି. ପୁଂ. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇ) — ବିଛା; ବୃଶ୍ଚିକ — The scorpion
  • ସଂ. ବି. ପୁଂ. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇ) — ବିଛାରାଶି — The eight solar house in astronomy; Scorpio
  • ସଂ. ବି. ସ୍ତ୍ରୀ — ସଖୀ; ରାଣୀ ବା ଭଦ୍ରକନ୍ୟାମାନଙ୍କର ସଙ୍ଗିନୀ — A lady's female-friend or companion
  • ସଂ. ବି. ସ୍ତ୍ରୀ — ଯୁବତୀ ସ୍ତ୍ରୀ — Young woman
  • ସଂ. ବି. ସ୍ତ୍ରୀ — ଶ୍ରେଣୀ; ଧାଡ଼ି — Line
  • ସଂ. ବି. ସ୍ତ୍ରୀ — ହିଡ଼; ହୁଡ଼ା — A ridge of earth dividing fields
  • ସଂ. ବି. ସ୍ତ୍ରୀ — ବଂଶ — Race or family
  • ସଂ. ବି. ସ୍ତ୍ରୀ — ସେତୁ; ବନ୍ଧ — Dam
  • ସଂ. ବି. ସ୍ତ୍ରୀ — ସମୂହ — Group; assemblage
  • ସଂ. ବିଣ — ଶୁଦ୍ଧାନ୍ତଃକରଣ; ସରଳହୃଦୟ — Frank; sincere
  • ଦେ. ବି. (ନାମ) — କଟକ ଜିଲ୍ଲାର ସମୁଦ୍ର ଉପକୂଳସ୍ଥ ଜମି— ଦାରୀ ରାଜ୍ୟବିଶେଷ — The estate of Aul in the district of Cuttack