ଆଳିଆ Āḻiā
- ଦେ. ବିଣ — ମଫସଲିଆ; ନିର୍ବୁଦ୍ଧିଆ; ଓଲ୍ଲୁ; ଅଚତୁର; ଯେ ଚାଲାକ ଚତୁର ନୁହେ — Foolish; stupid
- ଦେ. ବିଣ — [ଦ୍ର—ଆଳି ନଦୀବହୁଳ ଓ ଜୁଆରିଆ ରାଜ୍ୟ ଥିବାରୁ ଏହା ପୁର୍ବେ ମୋଗଲବନ୍ଦୀର ଲୋକଙ୍କ ପକ୍ଷରେ ସହଜଗମ୍ୟ ନ ଥିଲା। ମୋଗଲବନ୍ଦୀ ଲୋକେ ଆଳି ରାଜ୍ୟରେ କରିଥିବା ବନ୍ଧୁମାନଙ୍କ ସଙ୍ଗେ କ୍ୱଚିତ୍ ଦେଖା କରନ୍ତି ଓ ଆଳିର ଲୋକେ ମଧ୍ୟ ସହରକୁ କ୍ୱଚିତ୍ ଆସନ୍ତି। ଏପରି ସ୍ଥଳରେ ଦୂରଦେଶୀୟ, ଦୂରସମ୍ପର୍କୀୟ, ମଫସଲି ଓ ନିର୍ବୁଦ୍ଧିଆ ଲୋକଙ୍କୁ ମୋଗଲବନ୍ଦିର ଲୋକେ 'ଆଳିଆ' କହନ୍ତି।]
- ଦେ. ବିଣ — ଦୂରଦେଶୀୟ — Belonging to or inhabiting a far off place
- ଦେ. ବିଣ — ଆଳିଆ ଲେଖାରେ ବାଳିଆ ବନ୍ଧୁ—ଢଗ।
- ଦେ. ବିଣ — ଆଳି ରାଜ୍ୟର — Belonging to the estate of Aul
- ଦେ. ବିଣ — ଆଳେଇ (ଦେଖ) — Āḻei (See)
- ପ୍ରାଦେ. (ଗଞ୍ଜାମ) ବି. — ହାଟୁଆ ଶୂଦ୍ରଜାତିବିଶେଷ — A class of Ṡūdras
- ପ୍ରାଦେ. (ଗଡ଼ଜାତ) ବି. — ପାଣିଅଛୁଆଁ ଶୂଦ୍ରଜାତିବିଶେଷ — A class of untouchable Ṡūdras;