ଆପଟ Āpaṭa

  • ଦେ. ବି. — ଆବରଣ; ଘୋଡ଼ଣୀ — Cover; lid
  • ଦେ. ବି. — ଗଡ଼ଜାତରେ ସବାରି ଆଦି ଭାରବାହକ; ସବାରି ବେହେରା; ଗଉଡ଼; ଯାନବାହକ ଜାତିବିଶେଷ — A caste of palki-bearers
  • ଦେ. ବି. — ଶିରୀ ପାଲଙ୍କିଆ ଆପଟ, ନିତ୍ୟ ରାଜାଙ୍କ ସଙ୍ଗେ ଭେଟ। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି. — କଡ଼ପଟ; କଡ଼ବାଗ — One side
  • ଦେ. ବି. — ଅନ୍ତରାଳ — Seclusion
  • ଦେ. ବି. — ସଂଯମ ଆପଟେ ଏହିରୂପେ ରହି ନିପଟ ରଙ୍କ ପରାୟେ। ରାଧାନାଥ, ଯଯାତି।
  • ଦେ. ବି. — ପରଦା — Partition; screen
  • ଦେ. ବି. — ଆଶ୍ରୟ (ଗୋପୀନାଥ ନନ୍ଦ) — Shelter
  • ଦେ. ବିଣ — ନିରୁଦ୍ଧ; ଘୋଡ଼ାଇ ରଖାଯାଇଥିବା; ଆବୃତ
  • ଦେ. ବିଣ — କ୍ଷଣେ ଯତନେ କଲେହେଁ ଆପଟ ନ ବାସିଯାଏ କି ଚମ୍ପକ ପୁଟ। କବିସୂର୍ଯ୍ୟ, କବିତା।
  • ପ୍ରାଦେ. ବି. — (ଗଞ୍ଜାମ) ଦକ୍ଷିଣାଞ୍ଚଳରେ ଓଡ଼ିଆ ନାମକ ଶୂଦ୍ରଜାତି — (Ganjam) A class of Ṣūdras
  • ପ୍ରାଦେ. ବି. — (ଗଡ଼ଜାତ) ପାଣିଆପଟ; ଯେଉଁ ଚାକରମାନେ ରାଜାଙ୍କ ଉଆସକୁ ପାଣି ବୁହାନ୍ତି — Water-carriers of a Rājā