ଆଡହୋ Āṟḍ̠aho

  • ଦେ. କ୍ରି. (ଆଡ଼ହେବା କ୍ରିୟାର ଅନୁଜ୍ଞାରୂପ) — ରାଜାମାନେ ଯିବା ବାଟରୁ କିମ୍ବା ରାଜା ଓ ଦେବତାଙ୍କ ପାଇଁ ଅହ୍ମୁଣିଆଁ ନିଆଯାଉଥିବା ବାଟରୁ ଲୋକେ ପାଖେଇ ଯିବାପାଇଁ ପ୍ରତିହାରୀର ସତର୍କୀକରଣ ଡାକ (ତୁମ୍ଭେମାନେ ବାଟରୁ) ଆଡ଼େଇ ଯାଅ ବା ଦୂର ହୁଅ
  • ଦେ. ଅ — ପୁରୁଷମାନେ ନାଚିବା ସମୟରେ କରିବା ଆନନ୍ଦସୂଚକ ଧ୍ୱନି
  • ଦେ. ଅ — ଆଡ଼ ହୋ ଆଡ଼ ହୋ ବୋଲି ନାରଦେ ନାଚନ୍ତି। ପୀତାମ୍ବର, ନୃସିଂହପୁରାଣ।