ଆଗ

  • ଦେ. ବି. (ସଂ. ଅଗ୍ର) — ସମ୍ମୁଖ ବା ପୁରୋଭାଗ — Front; forepart of a thing
  • ଦେ. ବି. (ସଂ. ଅଗ୍ର) — ସିଂହ ବାଘ ରାକ୍ଷସ ଗୁହ୍ୟକ ପନ୍ନଗ; ମୋ ଭୁଜ ବାଜନ୍ତେ ଯାନ୍ତି ଯମଙ୍କ ଆଗ —କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ଅଗ୍ର) — ପୂର୍ବକାଳ — Past time
  • ଦେ. ବିଣ — ସମ୍ମୁଖବର୍ତ୍ତୀ; ପୂର୍ବବର୍ତ୍ତୀ — In front; frontal; foremost
  • ଦେ. ବିଣ — ଅଗ୍ରସର — Leading; coming in front
  • ଦେ. ବିଣ — ସାହୁଆଣି ଯେପରି ଦାନଶୀଳା ଦୟାବତୀ ସେହିପରି ସବୁ କାମକୁ ଆଗ —ଫକୀରମୋହନ, ଗଳ୍ପ ସ୍ୱଳ୍ପ।
  • ଦେ. ବିଣ — ପ୍ରଥମ — First (in place or time)
  • ଦେ. ବିଣ — ଆଗ ପୁଅ ବାଘ—ଢଗ।
  • ଦେ. ବିଣ — ପ୍ରଥମ କରଣୀୟ — To be done first
  • ଦେ. ବିଣ — ଯେ ସର୍ବପ୍ରଥମେ କୌଣସି କାର୍ଯ୍ୟ କରେ — Doing a thing first of all
  • ଦେ. ବିଣ — ଆଗ ସୁନା ପାଗ—ଶିଶୁରଞ୍ଜନ ଗୀତ।
  • ଦେ. ବିଣ — ପୁରାତନ — Old; ancient