ଆକଟ Ākaṭa

  • ଦେ. ବି. — ତାକିଦ୍ — Warning
  • ଦେ. ବି. — ଦ୍ୱାର ତୁହି ଜଗିଥିବୁ, କାହାକୁ ଛାଡ଼ି ନ ଦେବୁ ଆକଟ ତାହାକୁ କଲା, ବିଳରୁ ବାହାର ହେଲା। ବିଶ୍ୱନାଥ—ବିଚିତ୍ରରାମାୟଣ।
  • ଦେ. ବି. — କାଇଦା — Strict discipline
  • ଦେ. ବି. — (ଯଥା—ତାଙ୍କ ଘର ପିଲାମାନେ ଭାରି ଆକଟରେ ଅଛନ୍ତି।)
  • ଦେ. ବି. — ଅଟକ; ନିଷେଧ — Restraint; prohibition
  • ଦେ. ବି. — ଦୂତଙ୍କର ବାଣୀ ଲେଖ ଆକଟ ଜାଣି, ଅଜାଙ୍କ ଛାମୁରୁ ବେଗେ ହେଲେ ମେଲାଣି। ବିଶ୍ୱନାଥ—ବିଚିତ୍ରରାମାୟଣ।
  • ଦେ. ବି. — ଗୁରୁଜନାଦିଙ୍କର ଅଧସ୍ତନମାନଙ୍କ ପ୍ରତି ଯାବତା; କଠୋର ବିଧି; ଶାସନ — Discipline; strict rule
  • ଦେ. ବି. — ଯାହାର ଥିବ ତେଡ଼ିକି ଆକଟ, ଦେଖିବ ତୁମ୍ଭେ ତାହାର ଶୁକଟ। କବିସୂର୍ଯ୍ୟ—କବିତା।
  • ଦେ. ବି. — ଅଲଂଘ୍ୟ ବିଧି — Inviolable rule
  • ଦେ. ବି. — ତୀବ୍ର ଆଦେଶ — Urgent order
  • ଦେ. ବି. — ଶୁଣ ଗୋ ସଖିଜନେ ମୋର, ରାଜାର ଆକଟ ଅପାର। ଜଗନ୍ନାଥ—ଭାଗବତ. 10 ମ ଗୋପ। — ଶୁଣ ଗୋ ସଖିଜନେ ମୋର, ରାଜାର ଆକଟ ଅପାର ଜଗନ୍ନାଥ—ଭାଗବତ.10ମ ଗୋପ
  • ଦେ. ବି. — ଯରୋରି — Urgency