ଅଷ୍ଟକ Ashṭaka

  • ସଂ. ବିଣ. (ଅଷ୍ଟନ୍+କ) — ଅଷ୍ଟସଂଖ୍ୟକ — Numbering eight
  • ସଂ. ବିଣ. (ଅଷ୍ଟନ୍+କ) — ଆଠ ପରସ୍ତ ହୋଇଥିବା; ଆଠଗୁଣ କରା ଯାଇଥିବା — Eightfold
  • ସଂ. ବିଣ. (ଅଷ୍ଟନ୍+କ) — ଯେଉଁ ବ୍ୟକ୍ତି ପାଣିନିକୃତବ୍ୟାକରଣର ଆଠଭାଗଯାକ ପଢ଼ିଅଛି — One who is acquainted with the eight books of Pāṇini's sanscrit grammar
  • ସଂ. ବି. — ଆଠଗୋଟି ଅଧ୍ୟାୟ ବା ଶ୍ଳୋକ ବା ଗ୍ରନ୍ଥ ବା ସ୍ତୋତ୍ର — A hymn or work containing 8 slokas or chapters
  • ସଂ. ବି. — ପାଣିନିମୁନିକୃତ ଅଷ୍ଟାଧ୍ୟାୟାତ୍ମକ ଋଗ୍ବେଦାଂଶ — Name of a vedic treatise by Pāṇini
  • ସଂ. ବି. — ଦୃଷଦ୍ବତୀଙ୍କ ଗର୍ଭଜାତ ବିଶ୍ୱାମିତ୍ରଙ୍କ ପୁତ୍ର — The son of Biṡwāmitra by Dṛushadbatī
  • ସଂ. ବି. — ପାଣିନିକୃତ ପ୍ରସିଦ୍ଧ ସଂସ୍କୃତ ବ୍ୟାକରଣ, ଏଥିରେ ଆଠ ଅଧ୍ୟାୟ ଥିବାରୁ — Title of the celebrated sanskrit grammar by Pāṇini
  • ସଂ. ବି. — ସୂର୍ଯ୍ୟବଂଶୀୟ ରାଜା ବିକୁକ୍ଷିଙ୍କ ପୁତ୍ର — The son of Bikukshi, a king of the solar dynasty of India
  • ସଂ. ବି. — ସଙ୍ଗୀତର ଆଠଟି ସ୍ୱରଗ୍ରାମ — Octavo in music