ଅର Ara
- ସଂ. ବି. (ଋ ଧାତୁ+କରଣ. ଅ) — ଚକର ହାଣ୍ଡି (ତୁମ୍ଭ; ଲାହିଆ) ଓ ପୁଟି (ପଇ) କୁ ଯୋଗ କରିଥିବା କାଠ; ଚକର ବ୍ୟାସାର୍ଦ୍ଧ — The spoke or radius of a wheel
- ସଂ. ବି. (ଋ ଧାତୁ+କରଣ. ଅ) — ହିରଣ୍ୟନିର୍ମିତ ଅଟେ ଅରଚାରି କାଣ୍ଡ। ସାରଳା. ମହାଭାରତ, ବିରାଟ।
- ସଂ. ବିଣ. — ଶୀଘ୍ରଗାମୀ — Swift; fleet of foot
- ସଂ. କ୍ରି. ବିଣ. — ଶୀଘ୍ର; ଚଞ୍ଚଳ — Quickly
- ଦେ. ବି. (ସଂ. ଅର୍ଗଳ) — କବାଟର ଅର୍ଗଳ ବା କିଳିଣି — A bar for shutting the door
- ଦେ. ବି. (ସଂ. ଅର୍ଗଳ) — ଅରସିକ ନର ହୃଦୟ କପାଟ ଫାଟ ମଦିବାକୁ ଥର। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।