ଅମ୍ବର Ambara

  • ସଂ. ବି. ପୁଂ. (ଅମ୍ବ ଧାତୁ=ଗତି କରିବା+କର୍ତ୍ତୃ. ର; ଏହା ଦୂରରୁ ଭାସି ଆସି, ସମୁଦ୍ର ଉପକୂଳରେ ଲାଗିବାରୁ)
  • ସଂ. ବି. ପୁଂ. ଧୂପ ଦିଆ ଯିବା ସୁଗନ୍ଧ ଦ୍ରବ୍ୟବିଶେଷ — 1. Ambergris
  • ସଂ. ବି. ପୁଂ. [ଦ୍ର—ସମୁଦ୍ରର ତିମିବିଶେଷଙ୍କ ଅନ୍ତ୍ରରେ ଏହା ଜନ୍ମେ। ସମୁଦ୍ରରେ ତିମିମାନେ ଏହାକୁ କାଢନ୍ତି। ଏହା ଭାସି ଆସି ଭାରତର ଓ ଆଫ୍ରିକାର ଉପକୂଳରେ ଲାଗେ ଓ ବ୍ୟବସାୟିମାନେ ଏହାକୁ ସଂଗ୍ରହ କରି ଆଣନ୍ତି। ଆଉ ଏକ ପ୍ରକାର ଅମ୍ବର ଖଣିରୁ ମିଳେ। ଏହା ପାଂଶୁବର୍ଣ୍ଣ ଓ ଲଘୁ ଏବଂ ଖୁବ୍ ଦାହ୍ୟ; ନିଆଁରେ ପକାଇଲେ ଏଥିରୁ ସୁଗନ୍ଧ ବାଷ୍ପ ବାହାରେ।]
  • ସଂ. ବି. ପୁଂ. (ଅମ୍ବଧାତୁ=ଶବ୍ଦ କରିବା+ଅର; ଏହା ସମସ୍ତ ଶବ୍ଦର ଆଧାର ଥିବାରୁ) ଶୂନ୍ୟ; ଆକାଶ — The sky; ether
  • ସଂ. ବି. ପୁଂ. ବସ୍ତ୍ର — Cloth
  • ସଂ. ବି. ପୁଂ. ପୋଷାକ — Garment; apparel
  • ସଂ. ବି. ପୁଂ. କପା — Cotton
  • ସଂ. ବି. ପୁଂ. ଶୂନ୍ୟସଂଖ୍ୟା — Cypher (M.W.)
  • ସଂ. ବି. ପୁଂ. ଓଷ୍ଠ; ଓଠ — Lip (M.W.)
  • ସଂ. ବି. ପୁଂ. ଅଭ୍ର; ମେଘନାଳ — Talc
  • ସଂ. ବି. ପୁଂ. ପଞ୍ଜାବର ଦେଶବିଶେଷ — Name of a part in Pan̄jāba
  • ସଂ. ବି. ପୁଂ. (ଯଥା—ରାଜା ମାନସିଂହ ଅମ୍ବରର ରାଜା ହୋଇଥିଲେ।)