ଅମା Amā

  • ସଂ. ଅ. ବୈଦିକ (ଅ+ମା ଧାତୁ=ପରିମାଣ କରିବା+କର୍ମ. କ୍ୱିପ୍) ସହିତ — With
  • ସଂ. ଅ. ବୈଦିକ (ଅ+ମା ଧାତୁ=ପରିମାଣ କରିବା+କର୍ମ. କ୍ୱିପ୍) ନିକଟ — Near
  • ସଂ. ଅ. ବୈଦିକ (ଅ+ମା ଧାତୁ=ପରିମାଣ କରିବା+କର୍ମ. କ୍ୱିପ୍) ଏକତ୍ର — Together
  • ସଂ. ଅ. ବୈଦିକ (ଅ+ମା ଧାତୁ=ପରିମାଣ କରିବା+କର୍ମ. କ୍ୱିପ୍) ଘରେ — At home
  • ସଂ. ଅ. ବୈଦିକ (ଅ+ମା ଧାତୁ=ପରିମାଣ କରିବା+କର୍ମ. କ୍ୱିପ୍) [ଦ୍ର—ଏହିସବୁ ଅର୍ଥରେ ଭାଷାରେ ଏହାର ବ୍ୟବହାର ନାହିଁ।]
  • ସଂ. ବି — ଅମାବାସ୍ୟା — The day of the new-moon
  • ସଂ. ବି — ଅମା ଅନ୍ଧକାରେ ପୂରିଲା ସେ ପୁରୀ ଦାରୁଣ ଶୋକ ନିର୍ଘାତେ— ମଧୁସୂଦନ. ଶ୍ରୀରାମ ବନବାସ।
  • ସଂ. ବି — ଚନ୍ଦ୍ର ମଣ୍ଡଳର ସବୁ ତିଥିରେ ବିରାଜିତ ସାଧାରଣ କଳା — A common part of the moon's disc
  • ସଂ. ବି — [ଦ୍ର—ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ଅଛି। ତନ୍ମଧ୍ୟରେ 'ଅମା କଳାଟି 'ମହାକଳା' ନାମରେ ଅଭିହିତ। ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ। ତାହା ନିତ୍ୟ, ଅର୍ଥାତ୍ ତାହାର କ୍ଷୟ ବୃଦ୍ଧି ନାହିଁ। ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ। ଅମାବାସ୍ୟାଦିନ କେବଳ ଏହି 'ଅମା' କଳାଟି ଚନ୍ଦ୍ରଙ୍କଠାରେ ଥାଏ।]
  • ସଂ. ବି. — ଯାହା ପ୍ରାମାଣିକ ବା ନଜୀର୍ ନୁହେ — Not an authority; not a standard of action. (M.W.)