ଅମାନତ୍ Amānat
- ବୈଦେ. (ଆ) ବି — କିଛିକାଳ ପାଇଁ ଗଚ୍ଛିତ ଧନ ବା ବସ୍ତୁ — Article or money deposited for a time
- ବୈଦେ. (ଆ) ବି — ଗଚ୍ଛିତକରଣ; ଡିପାଜିଟ୍ କରିବା; ନ୍ୟାସ — Depositing; entrusting
- ବୈଦେ. (ଆ) ବି — କୌଣସି ବିଶିଷ୍ଟ ଉଦ୍ଦେଶ୍ୟ ପାଇଁ ଅସ୍ଥାୟୀଭାବରେ ଗଚ୍ଛିତ ଧନ — Money temporarily deposited on trust
- ବୈଦେ. (ଆ) ବି — ହିସାବନିକାସ ପୂର୍ବରୁ ହିସାବ ବାବତରେ ଜମା ଦିଆ ଯିବା ଧନ — Money paid towards an account before it is finally settled
- ବୈଦେ. ବିଣ. — ଅସ୍ଥାୟୀଭାବରେ ଗଚ୍ଛିତ — Deposited; kept in trust
- ଗ୍ରା. ବି. (ସଂ. ଅମାନ୍ୟ) — ଅମାନ୍ୟ; ଆଦେଶର ଅବଜ୍ଞା — Disobedience of order
- ଗ୍ରା. ବି. (ସଂ. ଅମାନ୍ୟ) — ଅବାଧ୍ୟତା — Insubordination
- ଗ୍ରା. ବି. (ସଂ. ଅମାନ୍ୟ) — ଅପରାଧର ଅସ୍ୱୀକାର — Denial of guilts
- ଗ୍ରା. ବିଣ. — ଆଦେଶ ଅମାନ୍ୟକାରୀ — Disobedient
- ଗ୍ରା. ବିଣ. — ଅବାଧ୍ୟ — Insubordinate
- ଗ୍ରା. ବିଣ. — ଅପରାଧ ଅସ୍ୱୀକାର କରୁଥିବା — Denying guilt; not confessing
- ଗ୍ରା. ବିଣ. — (ସଂ. ଅମାନିତ)—ଅପାଳିତ (ଆଦେଶ) — Disobeyed or disregarded (order)