ଅବ୍ୟୟ Abyaya

  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ଅବିନାଶୀ; ଅକ୍ଷୟ — Imperishable
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ଅପରିବର୍ତ୍ତନଶୀଳ — Immutable; not liable to change
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ଅନନ୍ତ; ଚିରସ୍ଥାୟୀ — Everlasting; eternal
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ବ୍ୟୟବିଷୟରେ ସାବଧାନ; ଯେ ଅପବ୍ୟୟୀ ନୁହେ — Economical; parsimonious
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ବ୍ୟୟିତ ହୋଇ ନ ଥିବା — Unexpended
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ଅପବ୍ୟୟିତ ହୋଇ ନ ଥିବା; ଅପଚୟରହିତ — Unwasted (Apte)
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ଯେଉଁ ବୃକ୍ଷ ଅବିନାଶୀ ଫଳ ପ୍ରଦାନ କରେ — Giving imperishable fruit (Apte)
  • ସଂ. ବିଣ (ବହୁବ୍ରୀହି; ଅ+ବ୍ୟୟ) — ବ୍ୟୟକୁଣ୍ଠ; କୃପଣ — Miserly
  • ସଂ. ବି — ବ୍ୟୟର ଅଭାବ — Absence of expenditure
  • ସଂ. ବି — ବ୍ୟୟକୁଣ୍ଠା — Miserliness
  • ସଂ. ବି — ବ୍ୟୟ ବିଷୟରେ ସାବଧାନତା — Economy; parsimony
  • ସଂ. ବି — (ବେଦାନ୍ତ) କୌଣସି ସୁଗଠିତ ପୂର୍ଣ୍ଣ ବସ୍ତୁର ଅଙ୍ଗ ବା ଅବୟବ — (Bedānta) A member or corporeal part of an organised body (M.W.)