ଅବିର Abira
- ଦେ. ବି—(ଅ. ଅବୀର୍, କିମ୍ବା ସଂ. ଅଭ୍ର; ଏଥିରେ ଅଭ୍ର ଚୂର୍ଣ୍ଣ ମିଶୁଥିବାରୁ; ଆଧୁନିକ ସଂସ୍କୃତ ଗ୍ରନ୍ଥମାନଙ୍କରେ ଅବୀର ଶବ୍ଦର ଏହି ଅର୍ଥରେ ବ୍ୟବହାର ଦୃଷ୍ଟିଗୋଚର ହୁଏ।) — ଫଗୁ; ଆରାରୁଟ ଓ ସିଙ୍ଗଡ଼ା ଆଦିର ଚୂନାକୁ ରଙ୍ଗ କରି ହୋଲୀ ଉତ୍ସବରେ ଆମୋଦାର୍ଥ ଲୋକେ ପରସ୍ପର ଉପରକୁ ଫିଙ୍ଗିବା ନାଲି ଚୂନା — A kind of red powder which people throw over each other during the Holi festival
- ଦେ. ବି—(ଅ. ଅବୀର୍, କିମ୍ବା ସଂ. ଅଭ୍ର; ଏଥିରେ ଅଭ୍ର ଚୂର୍ଣ୍ଣ ମିଶୁଥିବାରୁ; ଆଧୁନିକ ସଂସ୍କୃତ ଗ୍ରନ୍ଥମାନଙ୍କରେ ଅବୀର ଶବ୍ଦର ଏହି ଅର୍ଥରେ ବ୍ୟବହାର ଦୃଷ୍ଟିଗୋଚର ହୁଏ।) — ବର ରଙ୍ଗ ଅବିରେ ପିଚିକା କରି ମାରେ ବିଳାସ ଲାସ୍ୟ ଧରି। ଭଞ୍ଜ. ବୈଦେହୀଶବିଳାଶ।
- ଦେ. ବି—(ଅ. ଅବୀର୍, କିମ୍ବା ସଂ. ଅଭ୍ର; ଏଥିରେ ଅଭ୍ର ଚୂର୍ଣ୍ଣ ମିଶୁଥିବାରୁ; ଆଧୁନିକ ସଂସ୍କୃତ ଗ୍ରନ୍ଥମାନଙ୍କରେ ଅବୀର ଶବ୍ଦର ଏହି ଅର୍ଥରେ ବ୍ୟବହାର ଦୃଷ୍ଟିଗୋଚର ହୁଏ।) — [ଦ୍ର—ଏହା ଚକ୍ ଚକ୍ ଦିଶିବ ବୋଲି ଏଥିରେ ଅଭ୍ର ଚୂନା ମଧ୍ୟ ମିଶାଯାଏ ଓ କେହି କେହି କେବଳ ଅଭ୍ର ଚୂନାକୁ ଧଳା ଅବିର ରୂପେ ଓ ନେଳି, ହଳଦିଆ ରଙ୍ଗ ମିଶା ଚୂନାକୁ ନେଳି ଓ ହଳଦିଆ ଅବିର ରୂପେ ବ୍ୟବହାର କରନ୍ତି। ଅବିର ବସନ୍ତରୋଗର ପ୍ରତି- ଷେଧକ ବୋଲି କଥିତ। ନାଲି ଅବିର ସାଧାରଣତଃ ଫକା ଓ ଗାଢ଼ା ଏହି ଦୁଇ ପ୍ରକାରର ହୁଏ।]