ଅଦିଆ Adiā

  • ଦେ. ବିଣ. (ସଂ. ଅଦାତା) — ଅଦାତା (ଦେଖ) — Adātā (See)
  • ଦେ. ବିଣ. (ସଂ. ଅଦାତା) — ଦିଆକୁ ଦିଅ। ଅଦିଆକୁ ଦୁଆର ଦିଅ। ଢଗ।
  • ଦେ. ବିଣ. (ସଂ. ଅଦାତା) — (ସଂ. ଅଦେୟ)—ଅଦେୟ (ଦେଖ) — Adeya (See)
  • ଦେ. ବିଣ. (ସଂ. ଅଦାତା) — ମୁହିଁ ତ ବ୍ରତ କରି ଯାଚକ ଦ୍ୱିଜଙ୍କୁ, ଅଦିଆ ନ କରି ରଖିଅଛି କଥାକୁ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ. (ସଂ. ଅଦାତା) — (ସଂ. ଅଦତ୍ତ)—ଅଦତ୍ତ — Not given
  • ଦେ. ବି — ବାଜିଗର କେଳାମାନେ ପାଖରେ ରଖିଥିବା କନାର କଣ୍ଢେଇ — A doll made of rags exhibited by jugglers during their performance
  • ଦେ. ବି — [ଦ୍ର—କେଳାମାନେ ବାଜି ଦେଖାଇଲା ବେଳେ ଦର୍ଶକମାନଙ୍କ ସାମନାରେ ଏ କଣ୍ଢେଇକୁ ରଖି "ଅଦିଆ ମୁଣ୍ଡରେ ଥୁକ" କହି ଏ କଣ୍ଢେଇ ମୁହଁରେ ମଝିରେ ଘୃଣାସହକାରେ ଛେପ ପକାଉ— ଥାନ୍ତି। ଏଥିରୁ ଏହା ସୂଚିତ ହୁଏ ଯେ ବର୍ତ୍ତମାନ ଯେଉଁ ମାନେ ଦର୍ଶକରୁପେ ଉପସ୍ଥିତ ସେମାନେ ଏ ବାଜିଗରକୁ ମନ ବୋଧ କରି ବିଦାକି ନ ଦେଲେ ଅନ୍ୟତ୍ର ଏହି ଅଦିଆକୁ ସମ୍ବୋଧନ କରି ସେମାନଙ୍କୁ ଲକ୍ଷ କରି ସେମାନଙ୍କ ମୁହଁରେ ମଧ୍ୟ ଛେପ ପଡ଼ିବ।]