ଅଦାଲତ Adālata

  • ବୈଦେ. ବି. (ଆ. ଅଦାଲତ୍) — ବିଚାରାଳୟ; ଧର୍ମାଧିକରଣ; କଚେରି; କୋର୍ଟ — A court of justice
  • ବୈଦେ. ବି. (ଆ. ଅଦାଲତ୍) — ବିଚାରପତି — Judge; presiding officer of a court
  • ବୈଦେ. ବି. (ଆ. ଅଦାଲତ୍) — ଦେବାନୀ ଅଦାଲତ — Civil court
  • ବୈଦେ. ବି. (ଆ. ଅଦାଲତ୍) — [ଦ୍ର—ଭିନ୍ନ ଭିନ୍ନ ଶ୍ରେଣୀର ମକଦ୍ଦମା ବିଚାର କରିବା ପାଇଁ ସରକାର ଭିନ୍ନ ଭିନ୍ନ ଶ୍ରେଣୀର ଅଦାଲତମାନେ ଅସାଇଅଛନ୍ତି ଓ ବିଚାର୍ଯ୍ୟ ବିଷୟରେ ନାମ ଅନୁସାରେ ଅଦାଲତର ନାମ ହୁଏ। ଯଥା—ଦେବାନୀ ଅଦାଲତ; ଫଉଜଦାରୀ ବା ମେଜେଷ୍ଟରୀ; ସେସନ୍ ବା ଦଉରା; ମାଲ ବା ରେଭିନିଉ; ସରାସରୀ; କାଜକୋଟ; ପୁଲିସ— କୋଟ୍; ଅଦାଲତର କ୍ରମ ବା ସୋପାନ ଅନୁସାରେ ମଧ୍ୟ ନାମକରଣ ହୁଏ, ଯଥା—ସରେନୋ ବା ନିମ୍ନ ଅଦାଲତ; ଅପିଲ୍ ବା ଉପର ଅଦାଲତ; ହାକିମଙ୍କ ନାମ ଅନୁସାରେ ମଧ୍ୟ ଅଦାଲତର ନାମ ହୁଏ, ଯଥା—ଜଜ୍ ଅଦାଲତ; ସବଜଜ୍ ଅଦାଲତ; ମୁନ୍ସଫ୍ ଅଦାଲତ।]
  • ବୈଦେ. ବିଣ — ଅଦାଲତିଆ (ଦେଖ) — Adālatiā (See)