ଅତ୍ରି Atri
- ସଂ. ବିଣ. ପୁଂ (ଅଦ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ତ୍ରି) — (ବୈଦିକ) ଗିଳା; ଯେ ବହୁତ ଗିଳେ — (vedic) Devouring
- ସଂ. ବି. (ନାମ) — ସପ୍ତର୍ଷି ମଧ୍ୟରୁ ଏକତମ — Name of a famous sage
- ସଂ. ବି. (ନାମ) — (ସପ୍ତର୍ଷିଙ୍କ ନାମ, ଯଥା— ମରୀଚି; ଅତ୍ରି; ଅଙ୍ଗିରା; ପୁଲସ୍ୟ; ପୁଲହ; କ୍ରତୁ; ବଶିଷ୍ଠ)
- ସଂ. ବି. (ନାମ) — [ଦ୍ର—ଏ ବ୍ରହ୍ମାଙ୍କ 10 ଟି ମାନସପୁତ୍ରରୁ ଏକତମ। ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ଜାତ ହୋଇଥିଲେ। ଦଶ ପୁଅଯାକ ଶିବଙ୍କ ଶାପରେ ମୃତ ହେବାରୁ ବ୍ରହ୍ମା ଯଜ୍ଞ କଲେ ଓ ଯଜ୍ଞାଗ୍ନିଶିଖାରୁ ଅତ୍ରି ଦ୍ୱିତୀୟ ବାର ଜନ୍ମିଲେ। ଏ ଦୁଇ ଜନ୍ମରେ ଅନସୂୟା ତାଙ୍କ ପତ୍ନୀ ଥିଲେ। ପ୍ରଥମ ଜନ୍ମରେ ଅତ୍ରିଙ୍କ ଔରସରେ ଅନସୂୟାଙ୍କ ଗର୍ଭରୁ ଦତ୍ତ, ଦୁର୍ବାସା ଓ ସୋମ ଋଷି ଜନ୍ମିଥିଲେ। ଓ ଦ୍ୱିତୀୟ ଜନ୍ମରେ ଅର୍ଯ୍ୟମା ଋଷି ଓ ଅମଳାନାମ୍ନୀ କନ୍ୟା ଜନ୍ମିଥିଲେ। ରାମ ଓ ସୀତା ବନବାସ କାଳରେ ଏହାଙ୍କ ଆଶ୍ରମକୁ ଯାଇ ଋଷିଦମ୍ପତିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ। ଏ ଅନେକ ଗୁଡ଼ିଏ ବୈଦିକ ମନ୍ତ୍ର, ସଂହିତା ଓ ସ୍ମୃତି ରଚନା କରି ଥିଲେ। ଏ ତପସ୍ୟା କଲାବେଳେ ଏହାଙ୍କ ନେତ୍ରରୁ ଚନ୍ଦ୍ର ଜନ୍ମି ଥିଲେ।] — [ଦ୍ର—ଏ ବ୍ରହ୍ମାଙ୍କ10ଟି ମାନସପୁତ୍ରରୁ ଏକତମ ଏ ପ୍ରଥମେ ବ୍ରହ୍ମାଙ୍କଠାରୁ ଜାତ ହୋଇଥିଲେ ଦଶ ପୁଅଯାକ ଶିବଙ୍କ ଶାପରେ ମୃତ ହେବାରୁ ବ୍ରହ୍ମା ଯଜ୍ଞ କଲେ ଓ ଯଜ୍ଞାଗ୍ନିଶିଖାରୁ ଅତ୍ରି ଦ୍ୱିତୀୟ ବାର ଜନ୍ମିଲେ ଏ ଦୁଇ ଜନ୍ମରେ ଅନସୂୟା ତାଙ୍କ ପତ୍ନୀ ଥିଲେ ପ୍ରଥମ ଜନ୍ମରେ ଅତ୍ରିଙ୍କ ଔରସରେ ଅନସୂୟାଙ୍କ ଗର୍ଭରୁ ଦତ୍ତ, ଦୁର୍ବାସା ଓ ସୋମ ଋଷି ଜନ୍ମିଥିଲେ ଓ ଦ୍ୱିତୀୟ ଜନ୍ମରେ ଅର୍ଯ୍ୟମା ଋଷି ଓ ଅମଳାନାମ୍ନୀ କନ୍ୟା ଜନ୍ମିଥିଲେ ରାମ ଓ ସୀତା ବନବାସ କାଳରେ ଏହାଙ୍କ ଆଶ୍ରମକୁ ଯାଇ ଋଷିଦମ୍ପତିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ ଏ ଅନେକ ଗୁଡ଼ିଏ ବୈଦିକ ମନ୍ତ୍ର, ସଂହିତା ଓ ସ୍ମୃତି ରଚନା କରି ଥିଲେ ଏ ତପସ୍ୟା କଲାବେଳେ ଏହାଙ୍କ ନେତ୍ରରୁ ଚନ୍ଦ୍ର ଜନ୍ମି ଥିଲେ]
- ସଂ. ବି. (ନାମ) — ସପ୍ତର୍ଷିମଣ୍ଡଳର ଗୋଟିଏ ତାରା (ଲାଞ୍ଜ ଆଡ଼ୁ ଗଣିଲେ ଚତୁର୍ଥ ତାରା; ଲାଞ୍ଜ ମୂଳରେ ଥିବା ତାରା) — One of the stars in the constellation Great Bear
- ସଂ. ବି. (ନାମ) — (ନକ୍ଷତ୍ର ତଳେ ନୋଟ ଦେଖ।) — Megarez; Delta Ursal Majoris