ଅଣଗୁରୁଆ Aṇaguruā
- ଗ୍ରା. ବିଣ. (ସଂ. ଅଗୁରୁ) — କୌଣସି ଗୁରୁଙ୍କ ବିନା ସାହାଯ୍ୟରେ ବିଦ୍ୟା ଶିଖିଥିବା (ବ୍ୟକ୍ତି) — (a person) Who has not learnt under a tutor
- ଗ୍ରା. ବିଣ. (ସଂ. ଅଗୁରୁ) — ଯେଉଁ କର୍ମ ଶିଖିବା ପାଇଁ ଗୁରୁ ଲୋଡ଼ା ହୁଅନ୍ତି ନାହିଁ; ସହଜ (କର୍ମ) — Instinctive (acts)
- ଗ୍ରା. ବିଣ. (ସଂ. ଅଗୁରୁ) — (ଦ୍ର—ଶିଶୁର ମାତୃସ୍ତନରୁ ସ୍ତନ୍ୟ ପାନ, ଶିଶୁର କ୍ରନ୍ଦନ, ହାସ୍ୟ; ଯୁବକ ଯୁବତୀଙ୍କର ପରସ୍ପର ପ୍ରତି ପ୍ରଣୟାକର୍ଷଣ; ସ୍ତ୍ରୀ-ପୁରୁଷ-ସଙ୍ଗମ— ଏମାନ ଜୀବପ୍ରକୃତିସୁଲଭ ଓ ଈଶ୍ୱରପ୍ରଦତ୍ତ ଅଟେ।)
- ଗ୍ରା. ବିଣ. (ସଂ. ଅଗୁରୁ) — ବୋଲେ ରାମ ଅଣଗୁରୁଆ ବିଦ୍ୟା ଅଟେ ଏହି। ଭଞ୍ଜ, ବୈଦେହୀଶବିଳାସ।
- ଗ୍ରା. ବିଣ. (ସଂ. ଅଗୁରୁ) — ଯେଉଁ ବିଦ୍ୟା କୌଣସି ଶିକ୍ଷକଙ୍କଠାରୁ ଶିକ୍ଷା କରାଯାଇ ନାହିଁ, ଅର୍ଥାତ୍ ଆୟତ୍ତକାରୀର ବ୍ୟକ୍ତିଗତ ସାଧନାଦ୍ୱାରା ସାଧିତ (ବିଦ୍ୟା) — (learning or art) Attained by a person without the help of a preceptor; i.e. acquired by one's personal exertions & initiative
- ଗ୍ରା. ବିଣ. (ସଂ. ଅଗୁରୁ) — ଯେଉଁ ବ୍ୟକ୍ତି ମନ୍ତ୍ରଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି ନାହିଁ — (a person) Uninitiated into the spiritual lore by a preceptor
- ଗ୍ରା. ବିଣ. (ସଂ. ଅଗୁରୁ) — ତୁମ୍ଭଙ୍କୁ ନ ପୂଜି ଯେହୁ ରାହାସେ ପଶିବ / ସେ ଅଣଗୁରୁଆ ଯେ ରାହାସେ ନ ମିଶିବ। ପ୍ରାଚୀ—ଗୁରୁଭକ୍ତି ଗୀତା।