ଅଜାନ୍ Ajān

  • ବୈଦେ. ବି. (ଆ.) — ଦିନ ରାତି ମଧ୍ୟରେ 5 ଥର ମସଜିଦର ଅଜାନଗାରେ (ଛାତ ଉପରର ଚୂଡ଼ା) ମୁଆଜ୍ଜନ୍ ଉପାଧିଧାରୀ ବ୍ୟକ୍ତିର ପୂର୍ବ ଓ ପଶ୍ଚିମକୁ ମୁହଁ ବୁଲାଇ ନମାଜ୍ (ପ୍ରାର୍ଥନା) କରିବା ପାଇଁ ଚତୁଃପାର୍ଶ୍ୱସ୍ଥ ମୁଷଳମାନମାନଙ୍କୁ ଉଚ୍ଚୈଃସ୍ୱରରେ ଆହ୍ୱାନ — ଦିନ ରାତି ମଧ୍ୟରେ5ଥର ମସଜିଦର ଅଜାନଗାରେ (ଛାତ ଉପରର ଚୂଡ଼ା) ମୁଆଜ୍ଜନ୍ ଉପାଧିଧାରୀ ବ୍ୟକ୍ତିର ପୂର୍ବ ଓ ପଶ୍ଚିମକୁ ମୁହଁ ବୁଲାଇ ନମାଜ୍ (ପ୍ରାର୍ଥନା) କରିବା ପାଇଁ ଚତୁଃପାର୍ଶ୍ୱସ୍ଥ ମୁଷଳମାନମାନଙ୍କୁ ଉଚ୍ଚୈଃସ୍ୱରରେ ଆହ୍ୱାନ—The loud call of the caller from the top of a mosque at 5 fixed times during day and night calling the Mohammedans to pray at the prayer times
  • ବୈଦେ. ବି. (ଆ.) — [ଦ୍ର—ଏହି 5 ଟି ନିର୍ଦ୍ଦିଷ୍ଟ ସମୟ:— 1 ଫଜର୍=ଭୋର୍ ପ୍ରାୟ 4 ଟା ବେଳ; 2 ଜୋହର୍=ଦିନ ଗଡ଼ିବାବେଳ, ଅପରାହ୍ନ 1 ଟା ଠାରୁ 1 ୳ ଟା ବେଳ; 3 । ଅସର୍=ଅପରାହ୍ନ 3 ଟା ଠାରୁ 4 ଟା ବେଳ; 4 ମଗ୍ରୀବ=ସୂର୍ଯ୍ୟାସ୍ତର 2/3 ମିନିଟ୍ ପରବର୍ତ୍ତୀ କାଳ; 5 ଏସା=ସୂର୍ଯ୍ୟାସ୍ତର 1 ଘଣ୍ଟା ପରେ। ମସଜିଦର ଯେଉଁ କର୍ମଚାରୀ ଅଜାନ୍ ଦିଏ, ତାକୁ 'ମୁଆଜ୍ଜନ୍' କହନ୍ତି। — [ଦ୍ର—ଏହି5ଟି ନିର୍ଦ୍ଦିଷ୍ଟ ସମୟ:—1ଫଜର୍=ଭୋର୍ ପ୍ରାୟ4ଟା ବେଳ;2ଜୋହର୍=ଦିନ ଗଡ଼ିବାବେଳ, ଅପରାହ୍ନ1ଟା ଠାରୁ1୳ ଟା ବେଳ;3 ଅସର୍=ଅପରାହ୍ନ3ଟା ଠାରୁ4ଟା ବେଳ;4ମଗ୍ରୀବ=ସୂର୍ଯ୍ୟାସ୍ତର2/3ମିନିଟ୍ ପରବର୍ତ୍ତୀ କାଳ;5ଏସା=ସୂର୍ଯ୍ୟାସ୍ତର1ଘଣ୍ଟା ପରେ ମସଜିଦର ଯେଉଁ କର୍ମଚାରୀ ଅଜାନ୍ ଦିଏ, ତାକୁ 'ମୁଆଜ୍ଜନ୍' କହନ୍ତି
  • ବୈଦେ. ବି. (ଆ.) — 'ଆଲ୍ଲା ହୋ ଅକ୍ବର୍, ଆଲ୍ଲା ହୋ ଅକ୍ବର୍' ଉଚ୍ଚାରଣ କରି ତା ପରେ କୋରାନ୍ର କେତେଗୁଡ଼ିଏ ସୁକ୍ତ ବୋଲି ଶେଷରେ 'ଲା ଇଲାହା ଇଲ୍ଲଲା' ଉଚ୍ଚାରଣ କରି ଅଜାନ୍ ଦିଆଯାଏ।
  • ବୈଦେ. ବି. (ଆ.) — ଅଜାନ୍ର ମର୍ମ:—"ଜଗତରେ ଆଲ୍ଲାହିଁ ଏକମାତ୍ର ଈଶ୍ୱର; ମହମ୍ମଦ ଈଶ୍ୱରଙ୍କର ଏକମାତ୍ର ପୟଗମ୍ବର ବା ଦୂତ। ସବୁ ଦିଗର ଲୋକମାନେ ଆସ ପ୍ରାର୍ଥନା କରିବା, ସମୟ ହେଲାଣି।"]