ଅଛରା Achharā
- ଦେ. ବିଣ. (ସଂ. ଉତ୍ସୃଷ୍ଟ) — ପୂର୍ବରୁ ପାଣିରେ କିଛିକାଳ ବତୁରା ହୋଇ ଗଜା ବାହାରିବା ପରେ ଜମିରେ ବୁଣାଯିବା (ଧାନମଞ୍ଜି) — (paddy seeds) Sown after sprouting or germinating
- ଦେ. ବିଣ. (ସଂ. ଉତ୍ସୃଷ୍ଟ) — କୁଲାରେ ପାଛୁଡ଼ା ହୋଇଥିବା (ଶସ୍ୟାଦି) — Husked; winnowed; cleansed of chaff
- ଦେ. ବି — ବିହନକୁ ପ୍ରଥମେ ପାଣିରେ ବତୁରାଇ ତାହା ଗଜା ହେବା ପରେ ଜମିରେ ବୁଣିବା ପ୍ରଣାଳୀ — The sowing of sprouted paddy seeds
- ଦେ. ବି — କାଦୁଆ ଜମିରେ ଶୁଖିଲା ବିହନ ବୁଣିବା ପ୍ରଣାଳୀ — The sowing of dry seeds on muddy fields
- ଦେ. ବି — ଶସ୍ୟାଦିକୁ କୁଲାରେ ପାଛୁଡ଼ିବା — Husking; winnowing
- ପ୍ରାଦେ. (ସମ୍ବଲପୁର) ବି — ଅସରା — Shower
- ପ୍ରାଦେ. (ସମ୍ବଲପୁର) ବିଣ. — ଅସାର; ସାରହୀନ — Marrowless; worthless