ଅଙ୍କ Aṅka
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ଚିହ୍ନ; ଲକ୍ଷଣ — Mark
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — କଳଙ୍କ; ଦାଗ — Stain
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ବାରିଧିକ ଉଦେ ଅଙ୍କ ଦୂର୍ବାଦଳ ଭରି। ଭଞ୍ଜ, ବୈଦେହୀଶବିଳାସ 14 । 23 । — ବାରିଧିକ ଉଦେ ଅଙ୍କ ଦୂର୍ବାଦଳ ଭରି ଭଞ୍ଜ, ବୈଦେହୀଶବିଳାସ1423
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ସଂଖ୍ୟା; ଏକ ( 1 ) ଠାରୁ ନଅ ( 9 ) ପର୍ଯ୍ୟନ୍ତ ସଂଖ୍ୟା ଓ ଶୂନ୍ୟ — ସଂଖ୍ୟା; ଏକ (1) ଠାରୁ ନଅ (9) ପର୍ଯ୍ୟନ୍ତ ସଂଖ୍ୟା ଓ ଶୂନ୍ୟ—. Figure; digit; number
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ଗଣିତ ଶାସ୍ତ୍ର; ପାଟିଗଣିତ — Arithmetic
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — କ୍ରୋଡ଼; ଉତ୍ସଙ୍ଗ; କୋଳ — Lap; bosom
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ବର୍ଷ; ସମ୍ବତ୍ସର — Year
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ନାଟକର ପରିଚ୍ଛେଦ — An act of a drama
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — [ଦ୍ର—ନାଟକ କେତେ ଗୁଡ଼ିଏ ଅଙ୍କ — (act)ରେ ଓ ଅଙ୍କମାନ କେତେଗୁଡ଼ିଏ ଗର୍ଭାଙ୍କ(scene)ରେ ବିଭକ୍ତ ହୋଇଅଛି]
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ପର୍ବତ — Mountain
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ରେଖା; ଗାର — Line
- ସଂ. ବି. (ଅଙ୍କ ଧାତୁ+ଭାବେ. ଅ) — ଅପରାଧ; ଦୋଷ — Guilt; fault; crime