ଅଘରିଆ Aghariā

  • ଦେ. ବି. (ସଂ. ଅ+ଗୃହ=ଗୃହହୀନ)—ସବାଖିଆ— କେଳାଙ୍କ ପରି ଯାଯାବର ଜାତିବିଶେଷ — A class of wandering tribes
  • ଦେ. ବି. [ଦ୍ର—ଏମାନେ ଦାକ୍ଷିଣାତ୍ୟରୁ ପଶ୍ଚିମାଞ୍ଚଳକୁ ଯାଇ ପଶ୍ଚିମରୁ ସମୟେ ସମୟେ ଓଡ଼ିଶାକୁ ଆସନ୍ତି। ଏମାନେ ପଶୁପକ୍ଷୀ ପାଳନ, ମୃଗୟା ଓ ଭିକ୍ଷା କରନ୍ତି। ଏମାନଙ୍କ ସ୍ତ୍ରୀମାନେ କାଚମାଳି, ଘାଗରା ଓ କୁର୍ତ୍ତା ପିନ୍ଧନ୍ତି।]
  • ଦେ. ବି. ପ୍ରାଦେ. ବି. (ସଂ. ଅଗ୍ରବଣ)—(ଏମାନେ ପ୍ରଥମେ ଆଗ୍ରା ଅଞ୍ଚଳକୁ ସମ୍ବଲପୁରକୁ ଆସିଥିବାରୁ)— ଆଗ୍ରିଆ (ଦେଖ) — Āgriā (See)
  • ଦେ. ବିଣ. ପୁଂ — ଅଘରୁଆ (ଦେଖ) — Agharuā (See)