ଅଗଣା Agaṇā
- ଦେ. ବି. (ସଂ. ଅଙ୍ଗନ) — ଅଙ୍ଗନ; ପ୍ରାଙ୍ଗଣ — Courtyard
- ଦେ. ବି. (ସଂ. ଅଙ୍ଗନ) — ଚାଲନ୍ତି ଗୋପୀଙ୍କ ଅଗଣା। କର୍ଦ୍ଦମେ ପଡ଼ି ହୋନ୍ତି ବଣା। ଜଗନ୍ନାଥ, ଭାଗବତ, 1 ମ। — ଚାଲନ୍ତି ଗୋପୀଙ୍କ ଅଗଣା କର୍ଦ୍ଦମେ ପଡ଼ି ହୋନ୍ତି ବଣା ଜଗନ୍ନାଥ, ଭାଗବତ,1ମ
- ଦେ. ବି. (ସଂ. ଅଙ୍ଗନ) — ରାତ୍ର ପ୍ରଭାତେ ଆପଣା ଅଗଣା ପହଁରି। ସାରଳା ମହାଭାରତ, ଆଦି।
- ଦେ. ବି. (ସଂ. ଅଙ୍ଗନ) — (ଲକ୍ଷଣାର୍ଥ) କ୍ଷେତ୍ର; ସ୍ଥାନ — Place
- ଦେ. ବି. (ସଂ. ଅଙ୍ଗନ) — ବିଳାସର କ୍ଷେତ୍ର ନୁହେ ସଂଗ୍ରାମ ଅଗଣା ତପସ୍ୟାର କ୍ଷେତ୍ର ଏହୁ। ରାଧାନାଥ, ମହାଯାତ୍ରା।
- ଦେ. ବିଣ. (ସଂ. ଅଗଣ୍ୟ) — ଅଗଣ୍ୟ; ଅସଂଖ୍ୟ — Countless
- ଦେ. ବିଣ. (ସଂ. ଅଗଣ୍ୟ) — ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ। କବିସୂର୍ଯ୍ୟ, କି. ଚ. ବ. ଗୀତ।
- ଦେ. ବିଣ. (ସଂ. ଅଗଣ୍ୟ) — ଅଗଣିତ; ଯାହା ଗଣନା କରାଯାଇ ନାହିଁ — Uncounted
- ଦେ. ବିଣ. (ସଂ. ଅଗଣ୍ୟ) — ନଗଣ୍ୟ; ହେୟ — Contemptible; in significant
- ଦେ. ବିଣ. (ସଂ. ଅଗଣ୍ୟ) — ଯେଉଁ ବାଳକର ଜାତକ ବା ଜନ୍ମପତ୍ରିକା ବିଷୟରେ ଜ୍ୟୋତିଷିକ ଗଣନା କରାଯାଇ ନାହିଁ — (a boy) Who has not had his horoscope calculated
- ଦେ. ବି. ପୁଂ — ଅପର୍ତ୍ତିଆଣୀ ବାଳକକୁ ଦିଆଯିବା ନାମ ବିଶେଷ — A name given to a boy whose elder had died before his birth