ଅକାଟୁ Akāṭu
- ଦେ. ବିଣ. (ସଂ. ଅକାଟ୍ୟ) — ଅକାଟ୍ୟ (ଦେଖ)
- ଦେ. ବିଣ. (ସଂ. ଅକାଟ୍ୟ) — ମନ୍ତ୍ରଯନ୍ତ୍ର ପ୍ରଭାବରୁ ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଭେଦ୍ୟ (ଶରୀର ବା ବ୍ୟକ୍ତି) — (a person or body) Made invulnerable by charms; charmed
- ଦେ. ବିଣ. (ସଂ. ଅକାଟ୍ୟ) — ଅଫଳପ୍ରଦ (ଔଷଧ; ମନ୍ତ୍ରଯନ୍ତ୍ରାଦି); ଯାହା କାଟୁ କରେ ନାହିଁ — Fruitless (charms)
- ଦେ. ବିଣ. (ସଂ. ଅକାଟ୍ୟ) — ଯେଉଁ ଅସ୍ତ୍ରଶସ୍ତ୍ରାଦି ଲକ୍ଷ୍ୟଭେଦ କରି ନ ପାରେ।
- ଦେ. ବିଣ. (ସଂ. ଅକାଟ୍ୟ) — ଦନ୍ଥଡ଼ା (ଅସ୍ତ୍ରଶସ୍ତ୍ର) — Blunt (weapon)
- ଦେ. ବି — ଯେଉଁ ଔଷଧ, ଜଡ଼ି ବୁଟି ବା ଯନ୍ତ୍ରଯୁକ୍ତ ଡେଉଁରିଆ ଧାରଣ କରିବା ବ୍ୟକ୍ତିର ଶରୀରକୁ ଅସ୍ତ୍ର ଭେଦ କରି ପାରେ ନାହିଁ — A herb or charm which renders the wearer invulnerable
- ଦେ. ବି — ଅକାଟୁ ଧାରଣ ଦମ୍ଭେ ଶତ ଶତ ଭଟେ। ରାଧାନାଥ, ମହାଯାତ୍ରା।
- ଦେ. ବି — ଦେହକୁ ଅକାଟୁ କରିବାପାଇଁ ବ୍ୟବହୃତ ମନ୍ତ୍ର।