ଅଅଁଳା Aañḻā
- ଦେ. ବି — (ସଂ. ଆମଳକ) ଆମଳକ (ଦେଖ) ବନ୍ୟ ବୃକ୍ଷ ଓ ତହିଁର କୋଳି। — A tree and its berry; Embellic myrobalan; Phylanthos emblica
- ଦେ. ବି — [ଦ୍ର—ଅଅଁଳା କୋଳି ତ୍ରିଫଳାର (ହରିଡ଼ା, ବାହାଡ଼ା, ଅଅଁଳା) ଏକତମ ଉପାଦାନ; ଲୋକେ ଅନ୍ୟ କେତେକ ମସଲା ସଙ୍ଗେ ଏହାକୁ ମିଶାଇ ବାଟି କରି ଗାଧୋଇବା ପୂର୍ବରୁ ଦେହରେ ଓ ମୁଣ୍ଡରେ ଲଗାଇ ଗାଧୁଆନ୍ତି ଓ ଏଥିରେ ଦେହ ବାସେ। ଏହା ହରିଡ଼ା ପରି ଗୁଣବିଶିଷ୍ଟ। ଏହା ମିଠା ଓ ଖଟାମିଶା କଷା। ଏହା ବାୟୁ, ପିତ୍ତ, କଫ ଓ ପ୍ରମେହନାଶକ। ଏହା ବୃଷ୍ୟ ଓ ରସାୟନ।]
- ଦେ. ବି — (ସଂ. ଅମ୍ଳାତ, ଅମ୍ଳାଟନ) ଅଁଅଁଳେଇ ଫୁଲ ଓ ଗୁଳ୍ମ; କୁରୁବକ। ଏଥିରେ ଫୁଲ ନାଲି ଓ ହଳଦିଆ। ଫୁଲର, ଡେମ୍ଫ ଲମ୍ବା। ଏହି ଡେମ୍ଫରେ ସୂତା ଗଳାଇ ଗୁଚ୍ଛ କରି, ମାଳ ଗୁନ୍ଥି ସ୍ତ୍ରୀମାନେ ଜୁଡ଼ାରେ ପିନ୍ଧନ୍ତି। ଏହା ମଧ୍ୟ ଔଷଧରେ ଲାଗେ। ଏହା କଷାୟୁ ମଧୁର ତିକ୍ତ ରସ, ଉଷ୍ଣବୀର୍ୟ୍ୟ ଓ ସ୍ନିଗ୍ଧ। — A flowering plant; Barleria Cristata
- ଦେ. ବି — [ନାଲି ଫୁଲ ଫୁଟିବା ଗୁଳ୍ମ=ସଂ. କୁରୁବକ; ହଳଦିଆ ଫୁଲ ଫୁଟିବା ଗୁଳ୍ମ=ସଂ. କୁରୁଣ୍ଟକ; ନେଳି ଫୁଲ ଫୁଟିବା ଗୁଳ୍ମ=ସଂ. ବାଣା]।
- ଦେ. ବି — (ସଂ. ଆମଳକ, ଏହାର ଆକୃତି ଅଅଁଳାକୋଳି ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଥିବାରୁ)
- ଦେ. ବି — —ଦେଉଳର ବିମାନ ଉପରେ ସ୍ଥାପିତ ଓ ଦହିଖୁଆ ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଚକଡ଼ା। ଏହା ଉପରେ ଦହିନଉତି ଥାଏ। ଅଅଁଳାକୋଳି ପରି କମ ହୋଇଥିବା ଦହିନଉତିର ତଳ ବଇଠି। ଅଅଁଳା ସାଳି। — 3. An orange-shaped structure over the dome and below the top-stone of a temple